Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଗୁଗୁଲ ଟ୍ରେଣ୍ଡ୍‌ସରେ ବଢ଼ିଲା ରାହୁଲଙ୍କ ସର୍ଚ୍ଚ, ପଛରେ ପଡିଗଲେ ଅମିତ: ତଥାପି ଆଗରେ ବିଜେପି

1/01/2019 at 12:27 PM

ଦିଲ୍ଲୀ ୧/୧ : କଂଗ୍ରେସ ପ୍ରତିଷ୍ଠାକୁ ୧୩୪ ବର୍ଷ ପୁରା ହୋଇଯାଇଛି | କଂଗ୍ରେସ ଦେଶର ସବୁଠାରୁ ପୁରୁଣା ଦଳ | କଂଗ୍ରେସ ଦେଶକୁ ସବୁଠାରୁ ଅଧିକ ବର୍ଷ ଶାସନ କରିଥିବା ଦଳ | ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବାର ବର୍ଷେ ଭିତରେ କଂଗ୍ରେସ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି | ଗୁଗୁଲରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ସର୍ଚ୍ଚ ଅମିତ ଶାହଙ୍କ ତୁଳନାରେ ବଢିଥିବା ଜଣାପଡିଛି |

ଗୁଗୁଲ ଟ୍ରେଣ୍ଡସ ମୁତାବିକ, ୨୦୧୭ ମସିହା ଡିସେମ୍ବର ୧୧ ତାରିଖରୁ ୨୦୧୮ ମସିହା ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଇଭେରେଜ ସର୍ଚିଙ୍ଗ ୨୬ ପଏଣ୍ଟସ ହୋଇଛି | ଅପରପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସର୍ଚିଙ୍ଗ ମାତ୍ର ୬ ପଏଣ୍ଟସ ହୋଇଛି | ଗୁଗୁଲ ଟ୍ରେଣ୍ଡସ ମୁତାବିକ, ରାହୁଲଙ୍କ ଅଧ୍ୟକ୍ଷ ହେବା ପୂର୍ବ ସପ୍ତାହ ରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିଲା | ୨୦୧୭ ଡିସେମ୍ବର ୧୦ ରୁ ଡିସେମ୍ବର ୧୬ ତାରିଖ ମଧ୍ୟରେ ରାହୁଲଙ୍କୁ ୪୬ ପଏଣ୍ଟସ ମିଳିଥିଲା | ଅପରପକ୍ଷରେ ଅମିତଙ୍କୁ ମାତ୍ର ୫ ପଏଣ୍ଟସ ମିଳିଥିଲା |


ଏହାପରେ ଗତ ମେ ମାସରେ ଉଭୟ ରାହୁଲ ଏବଂ ଅମିତଙ୍କ ସର୍ଚିଙ୍ଗ ବଢିଥିଲା | କାରଣ ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା | ଏହାପରେ ରାହୁଲଙ୍କୁ ଜୁଲାଇ ମାସରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା | ୨୦୧୮ ଜୁଲାଇ ୧୫ ରୁ ୨୧ ତାରିଖ ମଧ୍ୟରେ ରାହୁଲଙ୍କୁ ୬୬ ପଏଣ୍ଟସ ମିଳିଥିଲା | ଏହି ସମୟରେ ରାହୁଲ ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ବେଳେ ଭାଷଣ ଦେଇଥିଲେ ଏବଂ ମୋଦିଙ୍କୁ ଆଲିଙ୍ଗନ କରିଥିଲେ |


୨୦୧୮ ନଭେମ୍ବର ଏବଂ ଡିସେମ୍ବର ମାସରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଡଉଲ ଗାନ୍ଧୀଙ୍କ ସର୍ଚିଙ୍ଗ ବଢିଥିଲା | ୯ରୁ ୧୫ ଡିସେମ୍ବର ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ୧୦୦ ପଏଣ୍ଟସ ମିଳିଥିଲା | ଅପରପକ୍ଷରେ ଅମିତ ଶାହଙ୍କୁ ମାତ୍ର ୮ ପଏଣ୍ଟସ ମିଳିଥିଲା |

   Related Posts