ହ୍ଵାଟ୍ସଆପ୍ ନିଜର ବ୍ୟବସାୟ ଓ ଫାଇଦା ପାଇଁ ବିଜେପି ସହିତ ହାତ ମିଳାଇଛି: ରାହୁଲ ଗାନ୍ଧୀ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ନେଇ ନରେନ୍ଦ୍ର ମୋଦୀ ସରକାର ପୁଣି ଥରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଶାଣରେ ରହିଛି। ରାହୁଲ ଟାଇମ୍‌ ମ୍ୟାଗଜିନ୍‌ର ଏକ ରିପୋର୍ଟକୁ ସେୟାର କରି କହିଛନ୍ତି ହ୍ଵାଟ୍ସଆପ୍‌ ଉପରେ ବିଜେପିର ଏକ ଛାଟିଆ ନିୟନ୍ତ୍ରଣ ରହିଛି।

ରାହୁଲ କହିଛନ୍ତି ୪୦ କୋଟି ଭାରତୀୟ ହ୍ଵାଟ୍ସଆପ୍‌ ବ୍ୟବହାର କରନ୍ତି। ହ୍ଵାଟ୍ସଆପ୍ ଚାହୁଁଛି ଏହି ପ୍ଲାଟଫର୍ମର ଉପଯୋଗ ଭାରତରେ ଟଙ୍କାର ପୈଠ ପାଇଁ ମଧ୍ୟ କରାଯାଉ। ଏଥିପାଇଁ ମୋଦୀ ସରକାରର ଅନୁମତିର ଆବଶ୍ୟକତା ରହିଛି। ଏହି ପରି ବିଜେପିର ହ୍ଵାଟ୍ସଆପ୍‌ ଉପରେ ନିୟନ୍ତ୍ରଣ ରହିଛି।

wp:html /wp:html

ରାହୁଲ ଗାନ୍ଧୀ ଏହି ପ୍ରତିକ୍ରିୟା ଟାଇମ୍‌ ପତ୍ରିକାର ଏକ ରିପୋର୍ଟକୁ ନେଇ ଦେଇଛନ୍ତି। ଏହି ରିପୋର୍ଟ ଭାରତରେ ଫେସବୁକ, ହ୍ଵାଟ୍ସଆପ୍‌ର ବ୍ୟବସାୟ ଓ ହେଟ୍‌ ସ୍ପିଚ୍‌ ସଂପର୍କିତ ତଥ୍ୟ ଉପରେ ଆଧାରିତ। ଟାଇମ୍‌ ପତ୍ରିକାର ଏହି ରିପୋର୍ଟର ଶୀର୍ଷକ ରହିଛି, ‘ଭାରତର କ୍ଷମତାଧାରୀ ପାର୍ଟି ସହ ଫେସବୁକର ସମ୍ଵନ୍ଧ ହେଟ୍ ସ୍ପିଚ୍‌ ଲଢେଇରେ ବାଧା ଉତ୍ପନ କରୁଛି’।

ଟାଇମ୍‌ ପତ୍ରିକାର ରିପୋର୍ଟ ଅନୁଯାୟୀ ଭାରତ ଫେସବୁକ୍‌ର ସବୁଠୁ ବଡ ବଜାର। ଦେଶରେ ପ୍ରାୟ ୩୨.୮ କୋଟି ଲୋକ ଫେସବୁକ୍ ବ୍ୟବହାର କରୁଥିବା ବେଳେ ହ୍ଵାଟ୍ସଆପ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୦ କୋଟି ରହିଛି। ରିପୋର୍ଟ ଅନୁଯାୟୀ ଏହି ଦୁଇ ମଞ୍ଚର ବ୍ୟବହାର ଅନେକ ଥର ଘୃଣିତ ବୟାନକୁ ପ୍ରଚାର ପ୍ରସାର କରିବା ପାଇଁ ବ୍ୟବହାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.