Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଭାରତ ବନ୍ଦ ସମର୍ଥନରେ ରାହୁଲ ଗାନ୍ଧି, କହିଲେ- ନୂତନ କୃଷି ବିଲ୍ ଚାଷୀଙ୍କୁ କ୍ରୀତଦାସ କରିଦେବ

25/09/2020 at 11:35 AM

ନୂଆଦିଲ୍ଲୀ ୨୫/୦୯: ସଂସଦର ମୌସୁମୀ ଅଧିବେଶନରେ ମୋଦି ସରକାର କୃଷି ସମ୍ବନ୍ଧିତ ଦୁଇଟି ବିଲ ଉଭୟ ରାଜ୍ୟସଭା ଓ ଲୋକସଭାରେ ଉପସ୍ଥାପନ କଲେ। ବିରୋଧୀଙ୍କ ବିରୋଧ ସତ୍ବେ ଏହାକୁ ପାସ୍ ମଧ୍ୟ କରାଗଲା। ଯାହା ପରେ ରାଜନୈତିକ ଦଳ ଓ ଚାଷୀଙ୍କ ବିରୋଧ ଜାରି ରହିଲା। ଏପରିକି ଆଜି (ଶୁକ୍ରବାର) ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାର ସମର୍ଥନରେ ବାହାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି। କେବଳ ଏତିକି ନୁହେଁ ଏହି ବିଲ ଚାଷୀଙ୍କୁ କ୍ରୀତଦାସ କରି ଦେବ କହିଛନ୍ତି।

ରାହୁଲ ଟ୍ବିଟ୍ କରି ଲେଖିଛନ୍ତି ପ୍ରଥମେ ମୋଦି ସରକାର ଜିଏସଟି ମାଧ୍ୟମରେ ଏମଇଏମଇ ସେକ୍ଟରବୁ ବର୍ବାଦ କଲେ। ଏବେ କୃଷି ଆଇନରେ ଚାଷୀଙ୍କୁ କ୍ରୀତାଦସ କରି ଦେବେ। ଏହା ସହ ହାସଟ୍ୟାଗ୍‌ରେ ଭାରତ ବନ୍ଦକୁ ସମର୍ଥନ କରୁଥିବା ସେ ଲେଖିଛନ୍ତି।

ଉଲ୍ଲେଖନୀୟ ଯେ ସଂସଦର ଦୁଇ ଗୃହରେ ପାରିତ ହୋଇଥିବା କୃଷି ବିଧେୟକ ବିରୋଧରେ ଆଜି ଚାଷୀ ସଂଗଠନ ଦେଶବ୍ୟାପି ଆନ୍ଦୋଳନ କରୁଛନ୍ତି। ଏହା ପୂର୍ବରୁ ପଞ୍ଜାବ ଓ ହରିଆଣାର ଚାଷୀ ସଂଗଠନ  ତିନି ଦିନ ପାଇଁ ‘ରେଳ ରୋକୋ’ କରିବା ଘୋଷଣା କରିଥିଲେ। ତେବେ​ ସରକାରଙ୍କ ଦାବି ଏହି ବିଲରେ ଚାଷୀଙ୍କ ଲାଭ ହେବ। ଏହା ଦ୍ବାରା ଚାଷୀଙ୍କ ଆୟ ବଢ଼ିବ। ଅନ୍ୟପଟେ ଚାଷୀ ସଂଗଠନ କହିଛନ୍ତି ଏହି ବିଧେୟକ ଦ୍ବାରା କୃଷି କ୍ଷେତ୍ର କର୍ପୋରେଟ୍ ହାତକୁ ଚାଲିଯିବ।

   Related Posts