Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

‘୨୧ ଦିନରେ କରୋନାକୁ ଶେଷ କରିବାକୁ ପ୍ରତିଶୃତି ଦେଇ ଅଭାବୀଙ୍କ ଜୀବନ ବରବାଦ୍ କରିଦେଲେ’-ରାହୁଲ ଗାନ୍ଧୀ

9/09/2020 at 2:46 PM

ନୂଆଦିଲ୍ଲୀ ୦୯/୦୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ହୋଇଥିବା ଲକଡାଉନକୁ ନେଇ ପ୍ରଶ୍ନ କରିଛନ୍ତି | କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ବୁଧବାର ଦିନ ଏକ ଭିଡିଓ ଜାରି କରିଛନ୍ତି | ମୋଦିଙ୍କ ଜନବିରୋଧୀ ‘ଡ଼ିଜାଷ୍ଟର ପ୍ଲାନ’ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ ବୋଲି କହିଛନ୍ତି ରାହୁଲ | ଭିଡିଓରେ ସେ କହିଛନ୍ତି, ହଠାତ ଲାଗୁ ହୋଇଥିବା ଲକଡାଉନ ଅସଂଗଠିତ ବର୍ଗଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରମାଣିତ ହୋଇଛି | ୨୧ ଦିନରେ କରୋନା ଶେଷ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ଶେଷ କରିଦେଲେ କୋଟି କୋଟି ଟଙ୍କାର ରୋଜଗାର ଓ ଛୋଟ ଉଦ୍ୟୋଗ |

ଲକଡାଉନ କରୋନା ଉପରେ ଆକ୍ରମଣ ନଥିଲା | ଲକଡାଉନ ଦେଶର ଗରିବ, ଦେଶର ଯୁବପିଢ଼ିଙ୍କ ଭବିଷ୍ୟ, ଶ୍ରମିକ, ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଆକ୍ରମଣ ଥିଲା | ଦେଶର ଅସଂଗଠିତ ଅର୍ଥ ବ୍ୟବସ୍ଥା ଉପରେ ଆକ୍ରମଣ ଥିଲା | ଏହି ଆକ୍ରମଣ ବିରୋଧରେ ଆମ ସମସ୍ତଙ୍କୁ ଛିଡା ହେବା ଦରକାର ବୋଲି ରାହୁଲ କହିଛନ୍ତି |

ଆଗକୁ ରାହୁଲ କହିଛନ୍ତି, ‘ଆମେ କ୍ଷୁଦ୍ର ଓ ମଧ୍ୟମ ବର୍ଗ ବ୍ୟବସାୟ ପାଇଁ ପ୍ୟାକେଜ ସମ୍ପର୍କରେ କହିଥିଲେ | କାରଣ ସେମାନଙ୍କୁ ରକ୍ଷା କରିବା ଆବଶ୍ୟକ | କିନ୍ତୁ ବିନା ଟଙ୍କା ସେ ବଞ୍ଚିବ ନାହିଁ | କିନ୍ତୁ ସରକାର କିଛି କଲେନି | ଓଲଟା ସରକାର ସବୁଠାରୁ ଧନୀ ୧୫-୨୦ ଜଣଙ୍କ ଲକ୍ଷ-କୋଟି ଟଙ୍କାର ଟ୍ୟାକ୍ସ କ୍ଷମା କରିଦେଲେ |’

ରାହୁଲ କହିଛନ୍ତି କଂଗ୍ରେସ ଦଳ ଥରେ କି ଦୁଇଥର ନୁହେଁ ବରଂ ଅନେକଥର ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କୁ କହିଛି | ନ୍ୟାୟ ଭଳି ଯୋଜନା ଲାଗୁ କରିବାକୁ ଓ ଅଭାବୀଙ୍କୁ ଆର୍ଥିକ ସାହାଯ୍ୟ ଦେବାକୁ କହିଥିଲେ କିନ୍ତୁ ସରକାର କିଛି ଶୁଣିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି |

କରୋନା ନାଁରେ ଅସଂଗଠିତ ବର୍ଗଙ୍କ ଉପରେ ତୃତୀୟ ଆକ୍ରମଣ କରିଛନ୍ତି | କ୍ଷୁଦ୍ର ଓ ମଧ୍ୟମ ବର୍ଗ ବ୍ୟବସାୟୀ ପ୍ରତିଦିନ ରୋଜଗାର କରନ୍ତି ଏବଂ ଖାଆନ୍ତି, ପରିବାର ଭରଣପୋଷଣ କରନ୍ତି | କିନ୍ତୁ କେନ୍ଦ୍ର ସରକାର ବିନା ନୋଟିସରେ ଲକଡାଉନ ଲାଗୁ କରି ଏମାନଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ |

   Related Posts