Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ମେ ୩ ତାରିଖ ପରେ କରୋନା ହଟସ୍ପଟରେ ଜାରି ରହୁ ଲକଡାଉନ, ଗ୍ରୀନ ଜୋନକୁ ମିଳୁ ରିହାତି – ରାହୁଲ ଗାନ୍ଧୀ

23/04/2020 at 4:12 PM

ନୂଆଦିଲ୍ଲୀ ୨୩/୦୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ମାମଲାକୁ ପ୍ରାଥମିକତା ଦିଆଯିବ ଉଚିତ | ମେ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବାକୁ ଅଛି | ତେବେ କରୋନା ହଟସ୍ପଟ ଜାଗାମାନଙ୍କରେ ଲକଡାଉନ ଜାରି ରଖି ଗ୍ରୀନ ଜୋନକୁ ଲକଡାଉନ ମୁକ୍ତ କରିଦେବା ଉଚିତ ବୋଲି ରାହୁଲ କହିଛନ୍ତି |

 

ଗୁରୁବାର ଦିନ ଭିଡିଓ କନ୍ଫରେନସିଂ ଜରିଆରେ କଂଗ୍ରେସ ୱାର୍କିଙ୍ଗ କମିଟି ବୈଠକ ଚାଲିଥିଲା | ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ, ଦେଶ ବର୍ତ୍ତମାନ କରୋନା ଭଳି ମହାମାରୀ ସହ କିଭଳି ଯୁଦ୍ଧ କରୁଛି ତାହା ମହତ୍ଵପୂର୍ଣ୍ଣ | ଲକଡାଉନ କେତେ ସଫଳ ହୋଇଛି ତାର ପରିଣାମ କରୋନା ଲଢେଇରେ ସ୍ପଷ୍ଟ ହେବ | କୋଭିଡ ବିରୋଧ ଲଢେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ମହତ୍ଵପୂର୍ଣ୍ଣ |

ଦିଲ୍ଲୀର ସିଡବ୍ଳ୍ୟୁସି ବୈଠକ ବେଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ ବିଜେପି ଘୃଣା ଓ ସାମ୍ପ୍ରଦାୟିକ ସ୍ଥିତି ସୃଷ୍ଟି କରୁଛି | ବର୍ତ୍ତମାନ ସମସ୍ତେ ମିଳିମିଶି କରୋନା ବିରୋଧରେ ଲଢ଼ିବା ଉଚିତ | କରୋନା ବିରୋଧରେ ସଫଳତା କାହାଣୀକୁ ଆମକୁ ପ୍ରଶଂସା କରିବା ଉଚିତ ବୋଲି ସେ କହିଥିଲେ | ଆମକୁ ପ୍ରତ୍ୟେକ ଭାରତୀୟଙ୍କୁ ସଲାମ କରିବା ଉଚିତ ଯେଉଁମାନେ ପର୍ଯ୍ୟାପ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ନ ଥାଇ ମଧ୍ୟ କରୋନା ମହାମାରୀ ବିରୋଧରେ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି | 

ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ, ସ୍ୱାସ୍ଥ୍ୟକର୍ମୀ, ସ୍ୱଚ୍ଛତାକର୍ମୀ, ପୋଲିସ, ଆବଶ୍ୟକ ସେବା ପ୍ରଦାନକାରୀ, ସରକାରୀ ଏବଂ ବେସରକାରୀ ସଂଗଠନ ଏବଂ ଲକ୍ଷ ଲକ୍ଷ ନାଗରିକ ବୁରା ଦେଶରେ ସେବା କରୁଛନ୍ତି | ଏମାନଙ୍କ ସମର୍ପଣ ଓ ଦୃଢ ସଂକଳ୍ପ ବାସ୍ତବରେ ଆମକୁ ପ୍ରେରଣା ଯୋଗାଉଛି ବୋଲି ସୋନିଆ କହିଥିଲେ | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଆଜି ସକାଳେ ଜାରି କରାଯାଇଥିବା ତାଲିକା ଅନୁଯାୟୀ, ଦେଶରେ ଏବେ ଯାଏଁ ୨୧ ହଜାର ୩୯୩ କରୋନା ମାମଲା ସାମ୍ନାକୁ ଆସିଛି | ୧୬ ହଜାର ୪୫୪ ଜଣ ଚିକିତ୍ସିତ ହେଉଥିବାବେଳେ ୪୨୫୮ ଜଣ ସୁସ୍ଥ ହୋଇଛନ୍ତି | ୬୮୧ ଜଣ ପ୍ରାଣ ହରାଇଛନ୍ତି | ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମୁମ୍ବାଇରେ ୫ ହଜାରରୁ ଅଧିକ ସଂକ୍ରମିତ ହୋଇ ସାରିଛନ୍ତି | ଗୁଜରାଟ ଓ ଦିଲ୍ଲୀରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି | ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତର ପ୍ରଦେଶରେ ହଜାରେରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି | ଏହିସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଗୋଆ, ମଣିପୁର ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି |

   Related Posts