ଜାମ୍ମୁରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ରାହୁଲ କହିଲେ, 'ମୁଁ ଓ ମୋ ପରିବାର କାଶ୍ମିରୀ ପଣ୍ଡିତ, ଯେବେବି ଏଠାକୁ ଆସେ, ଘରକୁ ଆସିଲା ଭଳି ଲାଗେ'

Published By : Prameya-News7 Bureau | September 10, 2021 IST

ଶ୍ରୀନଗର ୧୦/୦୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଜାମ୍ମୁରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କହିଛନ୍ତି। ସେ କହିଛନ୍ତି, ଯଦି ଦଳକୁ ମଜବୁତ କରିବାର ଅଛି ତାହେଲେ ଗୋଟିଏ କାମ କରିବାକୁ ପଡିବ- ଆମ କାର୍ଯ୍ୟକର୍ତ୍ତାଙ୍କ ଶକ୍ତିର ଆଦର କରିବାକୁ ହେବ। ଯେଉଁଦିନ କାର୍ଯ୍ୟକର୍ତ୍ତାଙ୍କ ହୃଦୟରେ ଏହି କଥା ଆସିବ ଯେ ତାଙ୍କ କଥା ଶୁଣାଯାଉଛି, ସେହି ଦିନ କଂଗ୍ରେସ ଦଳ ୪୫୦ ଆସନ ଜିତିବ।

ତାଛଡା ସେ କହିଛନ୍ତି ଯେ ସେ ଓ ତାଙ୍କ ପରିବାର କାଶ୍ମିରୀ ପଣ୍ଡିତ। ସେ କହିଛନ୍ତି, 'ମୁଁ ନିଜର ସମସ୍ତ କାଶ୍ମିରୀ ଭାଇମାନଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଆପଣମାନଙ୍କ ସାହାଯ୍ୟ ନିଶ୍ଚୟ କରିବି। ଯେତେବେଳେ ମୁଁ କିଛି କୁହେ, ତାହା ମୁଁ ନୁହେଁ ବରଂ କଂଗ୍ରେସର କାର୍ଯ୍ୟକର୍ତ୍ତା କହିଥାଏ। ଆଜି ମୁଁ କିଛି କାଶ୍ମିରୀ ପଣ୍ଡିତଙ୍କୁ ଭେଟିଥିଲି। ସେମାନେ କହିଲେ ଯେ ବିଜେପି ସେମାନଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଥିଲା କିନ୍ତୁ ସେମାନଙ୍କୁ କୌଣସି କ୍ଷତିପୂରଣ ଦିଆଯାଇନାହିଁ।'

ରାହୁଲ କହିଛନ୍ତି, ଆପଣଙ୍କୁ ରାଜ୍ୟର ମାନ୍ୟତା ମିଳିବା ଉଚିତ। ସେ କହିଛନ୍ତି, କଂଗ୍ରେସର ଏହି ଚିହ୍ନ ଅର୍ଥାତ ହାତ ଚିହ୍ନ ଆପଣଙ୍କୁ ସବୁ ଧର୍ମରେ ଦେଖାଦେବ ଯିଏ କହୁଛି ଯେ ସତ୍ୟକୁ ଭୟ କରନାହିଁ। କିନ୍ତୁ ବିଜେପି କଣ କରେ ? ବିଜେପି ସତ୍ୟକୁ ଭୟ କରେ।

ଜାମ୍ମୁ ତ୍ରିକୂଟ ନଗରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ସେ ଯେବେ ବି ଜାମ୍ମୁ ଆସନ୍ତି ତାଙ୍କୁ ଘରକୁ ଆସିଲା ଭଳି ଲାଗେ। ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରି ମଧ୍ୟ ତାଙ୍କୁ ଏହିଭଳି ଅନୁଭବ ହୋଇଛି ବୋଲି ସେ କହିଛନ୍ତି। ଜାମ୍ମୁ ସହିତ ମୋର ଓ ମୋ ପରିବାରର ବହୁତ ପୁରୁଣା ସମ୍ପର୍କ ଅଛି, ସ୍ନେହର ସମ୍ପର୍କ ଅଛି ଯାହା ବହୁ ବର୍ଷ ପୁରୁଣା। କିନ୍ତୁ ଏଠାକୁ ଆସି ଆଜି ମୋତେ ଆଜି କେବଳ ଖୁସି ନୁହେଁ ବରଂ ଦୁଃଖ ବି ଲାଗୁଚି। କାରଣ ଯାହା ଦିନେ ରାଜ୍ୟ ଥିଲା କିନ୍ତୁ ଆଜି କେନ୍ଦ୍ର ଶାସିତ ପ୍ରଦେଶ।

ରାହୁଲ କହିଛନ୍ତି, ଦୁଃଖର କଥା ହେଲା, ଯାହା ଆପଣଙ୍କର ମିଶ୍ରିତ ସଂସ୍କୃତି, ଯାହା ଆପଣଙ୍କ ମଧ୍ୟରେ ପ୍ରେମ ଏବଂ ଭାଇଚାରାର ଭାବନା ଅଛି ତାକୁ ବିଜେପି-ଆରଏସଏସ ଲୋକେ ଭାଙ୍ଗିବା କାମ କରୁଛନ୍ତି। ଜାମ୍ମୁ କାଶ୍ମିରର ଯାହା ଅର୍ଥବ୍ୟବସ୍ଥା ଥିଲା, ପର୍ଯ୍ୟଟନ ଥିଲା, ଯାହା ବାଣିଜ୍ୟ ଥିଲା, ସେସବୁ କ୍ଷତିଗ୍ରସ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.