Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||

କରୋନା ଲକଡାଉନକୁ ରାହୁଲ କହିଲେ ନୋଟବନ୍ଦୀ ୨.୦, ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଛନ୍ତି ମୋଦି ସରକାର

6/06/2020 at 6:52 PM

ନୂଆଦିଲ୍ଲୀ ୬।୬:  ପୂର୍ବତନ ଏଆଇସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କରୋନା ସଂକ୍ରମଣ ରୋକିବା ନାମରେ ସରକାର ଦେଶରେ ଜାରି କରିଥିବା ଲକଡାଉନ୍‌ ନୋଟ୍ ବନ୍ଦୀର ଦ୍ୱିତୀୟ ସଂସ୍କରଣ ବୋଲି କହିଛନ୍ତି। ସରକାର ଲକଡାଉନ୍‌ର ୨ ମାସ ପରେ ମଧ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଲାଗି ପ୍ୟାକେଜ୍ ଘୋଷଣା କରୁନାହାନ୍ତି। ଫଳରେ ଦେଶର ଅର୍ଥ ବ୍ୟବସ୍ଥା ଭୂ-ଲୁଣ୍ଠିତ ହୋଇଥିବା ରାହୁଲ ଅଭିଯୋଗ କରିଛନ୍ତି।

କେରଳ ୱାୟନାଡରୁ ସାଂସଦ ନିର୍ବାଚିତ ହୋଇଥିବା ରାହୁଲ ଲକଡାଉନ ପରଠାରୁ ଏମଏସଏଇ ଲାଗି ଆର୍ଥିକ ସହାୟତା ଦାବି କରିଆସୁଛନ୍ତି। କେବଳ ଏତିକି ନୁହେଁ ଲକଡାଉନ୍ ଯୋଗୁ ଆର୍ଥିକ ଦୁର୍ବଳ ବର୍ଗର ଲୋକେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଏଣୁ ସାରା ଦେଶରେ ଏପରି ଲୋକଙ୍କ ଲାଗି ମାସିକ ୭ ହଜାର ୫୦୦ ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ରାହୁଲ ଦାବି କରୁଛନ୍ତି।

ସେହିପରି ରାହୁଲ ମୋଦି ସରକାରଙ୍କ କରୋନା ଲକଡାଉନ୍‌ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି।  ଏନେଇ ରାହୁଲ ଏକ ଟ୍ୱିଟ୍‌ କରିଥିବା ବେଳେ କେତେକ ଦେଶଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ଏଥିରୁ କେନ୍ଦ୍ର ସରକାରଙ୍କ ଲକଡାଉନ୍‌ ଏକ ନିଷ୍ଫଳ ନିଷ୍ପତ୍ତି ବୋଲି ସେ ଅନୁଭବ କରୁଥିବା କହିଛନ୍ତି। ତେବେ ଅର୍ଥ ବ୍ୟବସ୍ଥା ଭୂଷୁଡି ସାରିଥିବା ବେଳେ କେନ୍ଦ୍ର ସରକାର ଦେଶକୁ ଅନଲକ୍‌ କରିବା ଲାଗି ପଦକ୍ଷେପ ନେଇଛନ୍ତି। ଏବେ ଦେଶରେ କରୋନା ଏବେ ବିକରାଳ ରୂପ ଧାରଣ କରିଛି। ଏଥିରେ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେବ କିପରି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ।

   Related Posts