ଆଇପିଏଲରେ କାହିଁକି ସଫଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ ? ରହସ୍ୟ କହିଲେ ରାହୁଲ ଦ୍ରାବିଡ

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ, ୧୫।୧୧:  ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ମୁମ୍ବାଇ ଫାଇନାଲରେ ଦିଲ୍ଲୀକୁ ୫ ଓ୍ୱିକେଟରେ ମାତ୍ ଦେଇଥିଲା । ଚେନ୍ନାଇ ସୁପର କିଙ୍ଗସ୍ ପରେ ମୁମ୍ବାଇ ଦ୍ୱିତୀୟ ଦଳ ଯିଏ କି ଲଗାତର ଦୁଇ ଥର ଆଇପିଏଲ ଟ୍ରଫି ହାତେଇଛି । ଏହି ସିଜିନରେ ପୁରା ମୁମ୍ବାଇର ଦବଦବା ରହିଥିଲା । ଦଳ ପ୍ଲେ-ଅଫରେ ପ୍ରଥମେ ପହଁଚିଥିଲା । ଏହାସହ ଲିଗ୍ ପର୍ଯ୍ୟାୟରେ ମଧ୍ୟ ଶୀର୍ଷରେ ରହିଥିଲା ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଫାଇନାଲ ଖେଳିଥିଲା । ତେବେ ମୁମ୍ବାଇ ଇଣ୍ଡିଆନ୍ସର ସଫଳତାର କାରଣ କଣ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହାମଧ୍ୟରେ ମହାନ ବ୍ୟାଟସମ୍ୟାନ୍ ତଥା ଏନସିଏର ମୁଖ୍ୟ ରାହୁଲ ଦ୍ରାବିଡ ଏନେଇ ଗୁମର ଫିଟାଇଛନ୍ତି । ଦ୍ରାବିଡ କହିଛନ୍ତି ଯେ, ମୁମ୍ବାଇରେ ଅନୁଭବି ଓ ଯୁବ ଖେଳାଳିଙ୍କ ମଧ୍ୟରେ ଭଲ ସନ୍ତୁଳନ ରହିଥିଲା । ଏହା ହେଉଛି ସଫଳତାର ବଡ କାରଣ ।

{"id":362014,"sizeSlug":"large"}

ଦ୍ରାବିଡ ଆହୁରି କହିଛନ୍ତି ଯେ, ମୁମ୍ବାଇରେ ଅନେକ ଅନୁଭବୀ ବରିଷ୍ଠ ଖେଳାଳି ଥିଲେ । ଏହି ଖେଳାଳିମାନେ ଟି୨୦ରେ ସର୍ବଶ୍ରେଷ୍ଠ । ଦଳରେ ଭଲ ସନ୍ତୁଳନ ରହିଥିଲା ।

ଆହୁରି ମଧ୍ୟ ଦି ଓ୍ୱାଲ ଭାବେ ପରିଚିତ ଦ୍ରାବିଡ କହିଛନ୍ତି ଯେ, ପୂର୍ବରୁ କେବଳ ନିଜ ରାଜ୍ୟ ସହ ସମ୍ପର୍କ ରଖିଥିବା ଖେଳାଳି ସେହି ରାଜ୍ୟ ନାଁରେ ଖେଳୁଥିଲେ । ଏବେ କର୍ଣ୍ଣାଟକର ଖେଳାଳି ମୁମ୍ବାଇ ପାଇଁ ଖେଳି ପାରୁଛନ୍ତି । ଖେଳାଳି କେବଳ ନିଜ ରାଜ୍ୟରେ ସୀମିତ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.