ରାହୁଲ ଗାନ୍ଧି ଏହି ମହିଳାଙ୍କୁ ବିବାହ କରିଛନ୍ତି, ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି – ଏହି ଖବର କେତେ ସତ କେତେ ମିଛ ଜାଣନ୍ତୁ…
7/11/2019 at 3:17 PM

ନୂଆଦିଲ୍ଲୀ ୭।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିଷୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟରେ ରାହୁଲ ଗାନ୍ଧିଙ୍କ ସହ ଜଣେ ବିଦେଶୀ ମହିଳାଙ୍କୁ ଦେଖିବାକୁ ମିଳିଛି ।

ପୋଷ୍ଟ ଅନୁଯାୟୀ ସଂପୃକ୍ତ ବିଦେଶୀ ମହିଳା ଜଣଙ୍କ ହେଉଛନ୍ତି ରାହୁଲ ଗାନ୍ଧିଙ୍କ ପତ୍ନୀ । ଓ୍ବିକିଲିକ୍ସ ସଂସ୍ଥା କହିଛି ଯେ, ରାହୁଲ ଗାନ୍ଧି ବିବାହିତ । ତାଙ୍କର ପତ୍ନୀ କଲମ୍ବିଆର । ପୋଷ୍ଟରେ ଏହା ମଧ୍ୟ ଦାବି କରୁଛି ଯେ, ରାହୁଲ ଗାନ୍ଧିଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି ସେମାନେ ଲଣ୍ଡନରେ ରହୁଛନ୍ତି । ଜଣେ ୧୪ ବର୍ଷର ନାଇକ ଏବଂ ଅନ୍ୟଜଣେ ୧୦ବର୍ଷର ମିନିକ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ରାହୁଲ ଗାନ୍ଧି ଅବିବାହିତ ବୋଲି କହି ସାରା ଦେଶର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।ହେଲେ ସେ ବିବାହିତ ।

ଅନୁସଂଧାନରୁ ଜଣାପଡିଛି ଯେ, ଏହି ପୋଷ୍ଟରେ କୌଣସି ସତ୍ୟତା ନାହିଁ । ଏଥିରେ ରାହୁଲ ଗାନ୍ଧିଙ୍କ ସହ ଥିବା ମହିଳା ତାଙ୍କ ପତ୍ନୀ ନୁହଁନ୍ତି । ସେ ହେଉଛନ୍ତି ପ୍ରମୁଖ ସ୍ପେନିଶ-ଆମେରିକୀୟ ମଡେଲ ନତାଲିୟା ରାମୋସ । ନତାଲିୟା ଏହି ଫଟୋଟି ୨୦୧୭ ମସିହା ୧୫ ସେପ୍ଟେମ୍ବରରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ରାହୁଲ ଗାନ୍ଧି ସେହି ସମୟରେ ଆମେରିକା ଗସ୍ତରେ ଥିଲେ । ସେଠାରେ ସେ ନତାଲିୟାଙ୍କୁ ଭେଟିଥିଲେ ।

ନତାଲିୟା ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଥିଲେ ‘Last night with the eloquent and insightful Rahul Gandhi…’ ଏହି ପୋଷ୍ଟ ପରେ ସେ ନତାଲିଆଙ୍କ ସହ ବିବାହ କରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା ।