କେରଳ ନିର୍ବାଚନ: ପ୍ରଚାର ଶେଷ ଦିନରେ ଅଟୋରେ ରାହୁଲ ଗାନ୍ଧୀଙ୍କ ରୋଡ୍ ଶୋ’, ପେଟ୍ରୋଲ ଡିଜେଲ ଦର ବୁଦ୍ଧି ନେଇ ବିଜେପିକୁ ଟାର୍ଗେଟ୍
5/04/2021 at 12:56 PM

ଥିରୁଅନନ୍ତପୁରମ ୦୫/୦୪ : କେରଳରେ ଏପ୍ରିଲ ୬ ତାରିଖରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରା ଫର୍ମରେ ନଜର ଆସିଛନ୍ତି। ନିର୍ବାଚନ ପ୍ରଚାରର ଶେଷ ଦିନରେ ସେ ଥିରୁଅନନ୍ତପୁରମର ନେମୋମରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଏହାପରେ ସେ ଅଟୋ ରିକ୍ସାରେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧୀଙ୍କ ଅଟୋ ଯାତ୍ରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବାସ୍ତବରେ ଅଟୋ ରିକ୍ସା ଯାତ୍ରା ତାଙ୍କ ନିର୍ବାଚନ ପ୍ରଚାରର ଏକ ଅଂଶ। ରାହୁଲ ଗାନ୍ଧୀ ବିଜେପି ଶାସନ କାଳରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ବିରୋଧରେ ନିର୍ବାଚନ ପ୍ରଚାରର ଶେଷ ଦୁଇ ଦିନ ଅଟୋରେ ଯାତ୍ରା କରିଛନ୍ତି। ନିର୍ବାଚନ ପୂର୍ବରୁ ନିର୍ବାଚନୀ କ୍ଷେତ୍ରରେ ଏଲଡ଼ିଏଫ, ଯୁଡ଼ିଏଫ ଓ ବିଜେପି ମଧ୍ୟରେ ତ୍ରୀକୋଣୀୟ ଯୁଦ୍ଧ ଦେଖିବାକୁ ମିଳିଛି।

କେରଳ ବିଧାନସଭା ନିର୍ବାଚନରେ ନିଜ ବିଜୟ ସୁନିଶ୍ଚିତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଟୋ ରିକ୍ସାର ସାହାରା ନେଇଛନ୍ତି ଏବଂ ଅଟୋରେରୋଡ଼ ଶୋ’ କରିଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ ବିଜେପି ଉପରେ ଆରୋପ ଲଗାଇଛନ୍ତି। ରାହୁଲ ଅଟୋରେ ବସି ରୋଡ଼ ଶୋ’ କରୁଥିବାର ଫଟୋ ଭିଡିଓ କ୍ୟାମେରାରେ କଏଦ ହୋଇଛି।
ନେମୋମରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ରୋଡ଼ ଶୋ’ ବେଳେ ରାହୁଲ କହିଛନ୍ତି ଯେ ସେ ଏକ ଅଟୋ ରିକ୍ସାରେ ଆସିଥିଲେ। ସେ ଅଟୋ ଚାଳକଙ୍କ ଦୁଃଖ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଅଟୋ ଚାଳକ ଜୀବିକା ଚଳାଇବାକୁ ସକ୍ଷମ ନୁହନ୍ତି। କାରଣ ସେ ଯାହା ଆୟ କରୁଛନ୍ତି ସବୁ ପେଟ୍ରୋଲରେ ଖର୍ଚ୍ଚ ହେଉଯାଉଛି। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ବିଜେପି ପେଟ୍ରୋଲ ଡିଜେଲ ଦାମ ବଢ଼ାଇଛି ଓ ନିଜ ବନ୍ଧୁମାନଙ୍କୁ ଟଙ୍କା ଦେଉଛି। ତଥାପି ବିଜେପିର ଏତେ ସାହସ ଯେ ଏଠାରେ ଆସି ଭୋଟ ମାଗୁଛନ୍ତି ବୋଲି ସେ କହିଛନ୍ତି।