କଂଗ୍ରେସ ଓ୍ବାର୍କିଂ କମିଟି ମିଟିଂରେ କାଟ୍ ଖାଇଲା ରାହୁଲଙ୍କ ଇସ୍ତଫା ପ୍ରସ୍ତାବ, ପାଲଟା କଂଗ୍ରେସ କମିଟିର ପୁନର୍ଗଠନ କରିବାକୁ ରାହୁଲଙ୍କୁ ଦିଆଗଲା ପୂର୍ଣ୍ଣ ଅଧିକାର

Published By : Prameya-News7 Bureau | May 25, 2019 IST

ନୂଆଦିଲ୍ଲୀ ୨୫|୫: ୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ସଭାପତି ପଦରୁ ରାହୁଲଙ୍କ ଇସ୍ତଫାକୁ ନେଇ ଜାତୀୟ ଗଣମଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିଲା । ହେଲେ ଆଜି ସିଡବ୍ଲ୍ୟୁସି ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପ୍ରସ୍ତାବ କାଟ ଖାଇଛି । ଏଥି ସହ କଂଗ୍ରେସର ଏଭଳି ବିପର୍ଯ୍ୟୟର କାରଣ ନେଇ ସିଡବ୍ଲ୍ୟସି ବୈଠକରେ ପ୍ରାଥମିକ ଭାବେ  ଆଲୋଚନା ହୋଇଛି ।… 

{"id":115970}

କଂଗ୍ରେସ ଓ୍ବାର୍କିଂ କମିଟି ମିଟିଂରେ  କାଟ୍‌ ଖାଇଲା ରାହୁଲଙ୍କ ଇସ୍ତଫା ପ୍ରସ୍ତାବ । ଏଥର ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟର ସବୁ ଦୋଷ ନିଜ ମୁଣ୍ଡକୁ ନେଇ ସଭାପତି ପଦ ଛାଡ଼ିବାକୁ ରାହୁଲ ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ରାଜି ହୋଇନି ସିଡବ୍ଲୁସି । ପାଲଟା କଂଗ୍ରେସ କମିଟିର ପୁନର୍ଗଠନ କରିବାକୁ ରାହୁଲ୍‌ ଗାନ୍ଧିଙ୍କୁ ଦିଆଯାଇଛି ପୂର୍ଣ୍ଣ ଅଧିକାର । ଏତେ ବଡ଼ ଆଉ ଏତେ ପୁରୁଣା ରାଜନୈତିକ ପାର୍ଟିର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରାଥମିକ ଆଲୋଚନା ହୋଇଛି ।

{"id":115972}

ବିଜେପିକୁ ରୋକିବାର କଂଗ୍ରେସର ସବୁ ପ୍ରୟାସ ଫେଲ୍‌ ମାରିଲା । ଏମିତିକି କିଛି ଦିନ ତଳେ ତିନି ତିନିଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଜିତି କଂଗ୍ରେସ ସରକାର ଗଢ଼ିଥିଲେ ମଧ୍ୟ ଏସବୁ ରାଜ୍ୟରେ ଲୋକସଭା ଆସନ କବ୍‌ଜା କରିବାରେ ବିଫଳ ହେଲା ।  ଏଭଳି ପରିସ୍ଥିତିରେ କର୍ଣ୍ଣାଟକ ରାଜ୍ୟସଭାପତି, ଉତ୍ତର ପ୍ରଦେଶ ସଭାପତି ଏବଂ ଓଡ଼ିଶା ସଭାପତି ନିଜ ମୁଣ୍ଡକୁ ଦୋଷ ନେଇ ଜଣକ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି ।

{"id":115973}

ସାରା ଦେଶରେ କଂଗ୍ରେସର ଏଭଳି ବିପର୍ଯ୍ୟୟକୁ ନେଇ ଆଜି ବସିଥିବା ସିଡବ୍ଲୁସି ବୈଠକରେ ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧିଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅହମ୍ମଦ ପଟେଲ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

{"id":115976}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.