Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଇନ୍ଦିରାଙ୍କୁ ହୋଇଯାଇଥିଲା ହତ୍ୟାର ଆଭାସ, କାନ୍ଦିବାକୁ କରିଥିଲେ ମନା : ରାହୁଲ

31/10/2021 at 10:02 PM

ନୂଆଦିଲ୍ଲୀ ୩୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବଳିଦାନ ଦିବସ ରବିବାର ସାରା ଦେଶ ସ୍ମରଣ କରିଛି। ଏହି ଅବସରରେ ପୂର୍ବତନ ଜାତୀୟ କଂଗ୍ରେସ ସଭାପତି ତଥା ୱାଇନାଡ ସାଂସଦ ଇନ୍ଦିରାଙ୍କ ଅନ୍ତ୍ୟେଷ୍ଟିର ଏକ ଭିଡିଓ ତାଙ୍କ ୟୁଟ୍ୟୁବ୍‌ରେ ପୋଷ୍ଟ କରି ଘଟଣାବେଳକୁ ମନେପକାଇଛନ୍ତି। ଏହି କ୍ଷଣକୁ ତାଙ୍କ ଜୀବନର ଦ୍ୱିତୀୟ ଜଟିଳ ସମୟ ବୋଲି ଅଭିହିତ କରିବା ସହ ତାଙ୍କ ଜେଜିଙ୍କୁ ହୁଏତ ହତ୍ୟାର ଆଭାସ ହୋଇସାରିଥିବାର ଉଲ୍ଲେଖ କରିଛନ୍ତି। ଏଣୁ କିଛି ଦିନ ପୂର୍ବରୁ ଏପରି କିଛି ହେଲେ କାନ୍ଦିବନି ବୋଲି ତାଙ୍କୁ କହିଥିବାର ଉଲ୍ଲେଖ କରିଛନ୍ତି।

୧୯୮୪ ମସିହାର ଆଜିର ଦିନରେ ଇନ୍ଦିରାଙ୍କୁ ତାଙ୍କ ସୁରକ୍ଷା କର୍ମୀମାନେ ଘର ବାହାରେ ଗୁଳିକରି ହତ୍ୟା କରିଥିଲେ। ତେବେ ଘଟଣାର ମାତ୍ର କିଛି ଘଣ୍ଟା ପୂର୍ବରୁ ସକାଳେ ନାତି ସହ ବସିଥିବା ବେଳେ ଏଭଳି କିଛି ହେଲେ କାନ୍ଦିବୁନି ବୋଲି କହିଥିଲେ। ତେବେ ସେତେବେଳେ ସେ କଣ କହୁଥିଲେ ମୁଁ ବୁଝି ପାରିନଥିଲି ବୋଲି ରାହୁଲ କହିଛନ୍ତି। ଏହାର ୨-୩ଘଣ୍ଟା ପରେ ତାଙ୍କୁ ହତ୍ୟା କରିଦିଆଯାଇଥିଲା।

‘ୱିଥ ଲଭ ଇନ ମେମୋରୀ ଅଫ ମାଇ ବିଲଭଡ ଗ୍ରାଣ୍ଡ ମଦର, ଇନ୍ଦିରାଜୀ ‘ଶୀର୍ଷକ ୟୁଟ୍ୟୁବ୍ ରେ ଜାରି ଏହି ଭିଡିଓରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ହୁଏତ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ସେ ଆଭାସ ପାଇସାରିଥିଲେ ବୋଲି କହିଛନ୍ତି। ମୋତେ ଲାଗୁଛି ଏ ସମ୍ପର୍କରେ ଘରେ ବି ପ୍ରାୟ ସମସ୍ତେ ଜାଣି ଯାଇଥିଲେ। ଥରେ ଡାଇନିଂ ଟେବଲରେ କହିଥିଲେ ସବୁଠୁ ବଡ଼ ଅଭିଶାପ ହେଉଛି ରୋଗରେ ପଡିପଡି ମରିବା। ରାହୁଲ କହିଛନ୍ତି ତାଙ୍କ ଦୃଷ୍ଟିରେ ହୁଏତ ଦେଶ ଲାଗି ପ୍ରାଣବଳୀ ଦେବା ସବୁଠୁ ବଡ଼ ବଳିଦାନ ଭୋଲି ସେ ଭାବୁଥିଲେ।  ତାଙ୍କର ଏପରି ଅସମୟ ମୃତ୍ୟୁ ମୋ ଲାଗି ମୋ ମାଙ୍କ ମୃତ୍ୟୁ ଭଳି ଅନୁଭବ ହୋଇଥିଲା।

ଏହି ଭିଡିଓରେ ଇନ୍ଦିରାଙ୍କ ଅନ୍ତ୍ୟେଷ୍ଟିର ଦୃଶ୍ୟ ବି ରହିଛି। ଯେଉଁଥିରେ କାନ୍ଦୁଥିବା ରାହୁଲଙ୍କୁ ବି ଦେଖା ଯାଇଛି। ତେବେ ଏହି ଭିଡିଓ ଅପଲୋଡ ପୂର୍ବରୁ ରାହୁଲ ରବିବାର ପୂର୍ବାହ୍ନରେ ଦିଲ୍ଲୀ ‘ଶକ୍ତି ସ୍ଥଳ’ ଯାଇ ଇନ୍ଦିରାଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ଦେଇଥିଲେ। ଏ ନେଇ ସେ ଏକ ଟ୍ୱିଟ୍‌ ପୋଷ୍ଟ କରିଥିବା ବେଳେ ମୋ ଜେଜି ଅନ୍ତିମ ଘଡ଼ି ପର୍ଯ୍ୟନ୍ତ ନିର୍ଭୟରେ ଦେଶ ସେବାରେ ଲାଗି ରହିଥିଲେ-ତାଙ୍କର ଜୀବନ ଆମ ଲାଗି ପ୍ରେରଣାରେ ସ୍ରୋତ ବୋଲି ସେ ଉଲ୍ଲେଖ କରିଛନ୍ତି।

   Related Posts