କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର, କୃଷକ ଓ ନିଯୁକ୍ତି ଉପରେ ଫୋକସ୍

Published By : Prameya-News7 Bureau | April 02, 2019 IST

ନୂଆଦିଲ୍ଲୀ ୨|୪ : ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା କଂଗ୍ରେସ । ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଇସ୍ତାହାର ଜାରି କରାଯାଇଛି ।  ଇସ୍ତାହାରରେ ନାଁ ରଖାଯାଇଛି ‘ଜନ ଆଓ୍ବାଜ’  । ଇସ୍ତାହାରରେ ଲେଖାଯାଇଛି ‘ଆମେ କରିବୁ’ । ମୁଖ୍ୟତଃ ୫ଟି ପ୍ରସଙ୍ଗ ଉପରେ ଇସ୍ତାହାରରେ ଅଧିକ ଗୁରୁତ୍ବ ଦିଆଯାଇଛି । ନ୍ୟାୟ ପ୍ରଦାନ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।

କୃଷକ ଓ ନିଯୁକ୍ତି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଗରିବଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ମିଳିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି । ମନରେଗା ଅଧିନରେ ୧୫୦ ଦିନ ନିଶ୍ଚିତ ଶ୍ରମ ସୁବିଧା ଯୋଗାଇଦିଆଯିବ । ଖାଲି ପଡିଥିବା ପଞ୍ଚାୟତ ସ୍ତରରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ମିଳିବ । ଚାଷୀ ଋଣ ଫେରସ୍ତ ନକଲେ ଫୌଜଦାରୀ ମାମଲା ହେବନାହିଁ । ସରକାରୀ ଡାକ୍ତରଖାନା ଭିତ୍ତିଭୂମିର ବିକାଶ ହେବ । ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ଖର୍ଚ୍ଚ ହେବ । କୃଷକଙ୍କ ପାଇଁ ହେବ ସ୍ବତନ୍ତ୍ର ବଜେଟ୍ । କଂଗ୍ରେସ କ୍ଷମତାକୁ ଆସିଲେ ରାଫେଲ୍ ପ୍ରସଙ୍ଗର ଖୋଳତାଡ୍ କରାଯିବ । ଦେଶର ଦାରିଦ୍ର୍ୟ ନିରାକରଣ ପ୍ରଥମ ଟାର୍ଗେଟ୍ ହେବ । ୫ ବର୍ଷରେ ବିଜେପି ସରକାର ଘୃଣାର ମଞ୍ଜି ବୁଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.