ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ:ଭିଡିଓ ଜାରି କରି କହିଲେ, 'ରାଷ୍ଟ୍ରବାଦ କେବେ ବି ହିଂସା ଓ କ୍ରୁରତାକୁ ସମର୍ଥନ କରେନାହିଁ'

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯ : କରୋନା ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ, ଜିଏସଟି ଓ ଟଳମଳ ଅର୍ଥବ୍ୟବସ୍ଥାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ଆସିଛନ୍ତି । ସେ ଅନେକଥର ଭିଡିଓ ଜାରି କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି । ଏବେ ମଧ୍ୟ ସେ ଏକ ଭିଡିଓ ଜାରି କରିଛନ୍ତି । ଏଥର ସେ ଭିଡିଓ ଜାରି କରି ଭାରତର ସ୍ୱତନ୍ତ୍ରତା ସଂଘର୍ଷ ସମୟରେ ଅହିଂସା ମାଧ୍ୟମରେ ସ୍ୱାଧୀନତା ହାସଲ କରିବା ଓ କଂଗ୍ରେସର ଉତ୍ତରାଧିକାରୀ ବିଷୟରେ ସୂଚନା ଦିଆଯାଇଛି ।

ରାହୁଲ ଗାନ୍ଧୀ ଶନିବାର ଦିନ କଂଗ୍ରେସର ଐତିହ୍ୟ ସଂପର୍କରେ ହେରିଟେଜ୍ ନାମକ ଏକାଦଶ ସଂସ୍କରଣର ଏକ ଭିଡିଓ ସେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି, ସ୍ୱରାଜ ଓ ରାଷ୍ଟ୍ରବାଦର ସିଧା ସମ୍ପର୍କ ଅହିଂସା ସହ ରହିଛି । ଭାରତୀୟ ରାଷ୍ଟ୍ରବାଦ କେବେ ମଧ୍ୟ କ୍ରୁରତା, ହିଂସା ଓ ଧାର୍ମିକ ସମ୍ପ୍ରଦାୟବାଦକୁ କେବେ ମଧ୍ୟ ସମର୍ଥନ କରିନାହିଁ । ଭିଡିଓରେ ରାହୁଲ ଗାନ୍ଧୀ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ସ୍ୱତନ୍ତ୍ର ସେନାର ସଂଘର୍ଷର କାହାଣୀ ଦେଖାଇଛନ୍ତି ।

wp:core-embed/twitter {"url":"https://twitter.com/RahulGandhi/status/1307175519734116352","type":"rich","providerNameSlug":"twitter","className":""}
https://twitter.com/RahulGandhi/status/1307175519734116352
/wp:core-embed/twitter

ଏହା ପୂର୍ବରୁ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କରୋନା ଯୋଗୁଁ ପ୍ରାଣ ହରାଇଥିବା ଓ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ତଥ୍ୟ ନଥିବା ପ୍ରସଙ୍ଗକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଥାଳି, ଘଣ୍ଟ ବଜାଇବା, ଦୀପ ଜଳାଇବା ଠାରୁ ଅଧିକ ଗୁରୁତ୍ୱପୂର୍ଣ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ସମ୍ମାନ କରିବା । ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱାନୀ କୁମାର ଚୌବେ ଏକ ବିବୃତ୍ତିରେ କହିଥିଲେ ଯେ ଜନସ୍ୱାସ୍ଥ୍ୟ ଏବଂ ଡାକ୍ତରଖାନା ରାଜ୍ୟ ଅଧୀନରେ ଆସେ । ତେଣୁ କେନ୍ଦ୍ର ପାଖରେ ବୀମା କ୍ଷତିପୂରଣ ତଥ୍ୟ ଉପଲବ୍ଧ ନାହିଁ । ସରକାରଙ୍କ ଏହି ବୟାନ ପରେ ରାହୁଲ ଗାନ୍ଧୀ ଟ୍ୱିଟ କରି କହିଥିଲେ, ପ୍ରତିକୂଳ ତଥ୍ୟମୁକ୍ତ ମୋଦୀ ସରକାର ! ଏକ ଥାଳି ବଜାଇବା, ଦୀପ ଜାଳିବା ଅପେକ୍ଷା ସେମାନଙ୍କର ସୁରକ୍ଷା ଏବଂ ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ମୋଦୀ ସରକାର, କରୋନା ୱାରିୟର୍ସ କାହିଁକି ଅପମାନିତ ? '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.