Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ସବୁ ମୋଦି ଚୋର’: ବିବାଦୀୟ ମନ୍ତବ୍ୟ ମାମଲାରେ କୋର୍ଟରେ କ୍ଷମା ମାଗିବାକୁ ମନାକଲେ ରାହୁଲ

24/06/2021 at 3:08 PM

ନୂଆଦିଲ୍ଲୀ ୨୪/୦୬ : କ୍ଷମା ମାଗିବାକୁ ମନା କରିଦେଲେ ରାହୁଲ ଗାନ୍ଧୀ । ଏକ ଅପରାଧିକ ମାନହାନି ମାମଲାରେ ଗୁରୁବାର ଦିନ ସୁରଟର ଚିଫ୍‌ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର ହୋଇଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ବୟାନ ରେକର୍ଡ କରିବାବେଳେ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ମୋଦି ସାଙ୍ଗିଆ ଉପରେ ବିବାଦୀୟ ମନ୍ତବ୍ୟ ନେଇ ହୋଇଥିବା ମାମଲାରେ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ମନା କରିଛନ୍ତି । ସୁରଟ ସିଜେଏମ୍ ଏ. ଏନ ଡାଭେଙ୍କ କୋର୍ଟରେ ରାହୁଲ କହିଛନ୍ତି ଯେ ସେ ମୋଦି ସାଙ୍ଗିଆଧାରୀଙ୍କୁ ଚୋର କହିନାହାନ୍ତି । ଏହା ସହ ଅନେକ ପ୍ରଶ୍ନର ଉତ୍ତରରେ ସେ ନା କିମ୍ୱା ତାଙ୍କର କିଛି ମନେନାହିଁ ବୋଲି କହିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ରାହୁଲ ଗାନ୍ଧୀ କୋର୍ଟରେ କହିଛନ୍ତି ଯେ, ‘ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରିବା ମୋର ଉଦ୍ଦେଶ୍ୟ ନଥିଲା। ନିର୍ବାଚନ ସମୟରେ ମୁଁ କେବଳ ବ୍ୟଙ୍ଗ କରିଥିଲି। ମୋର ଏ ବିଷୟରେ ଅଧିକ ମନେ ନାହିଁ।’ ଏହା କୁହାଯାଉଛି ଯେ ରାହୁଲ ଗାନ୍ଧୀଙ୍କ ଓକିଲ ଏହା ମଧ୍ୟ କହିଛନ୍ତି ଯେ ରାହୁଲ କ୍ଷମା ମାଗିବେ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୨ ରେ ହେବ।

ଗୁଜରାଟର ସୁରଟ ବିଧାନସଭା କ୍ଷତ୍ରର ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧୀଙ୍କ ଭାଷଣ ନେଇ ମାମଲା ରୁଜ୍ଜୁ କରିଥିଲେ। ସେ ଦାୟାର କରିଥିବା ମାନହାନୀ ମୋକଦ୍ଦମାରେ ଆଇପିସି ଧାରା ୪୯୯ ଓ ୫୦୦ ଧାରା ଭିତ୍ତିରେ ରୁଜ୍ଜୁ ହୋଇଥିଲା । ଏପ୍ରିଲ୍‌ ୧୩ ତାରିଖ, ୨୦୧୯ ରେ କର୍ଣ୍ଣାଟକର କୋଲ୍ଲାର ଠାରେ ଏକ ପ୍ରଚାର ରାଲିରେ ତତ୍‌କାଳୀନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ମୋଦି ସାଙ୍ଗିଆଧାରୀଙ୍କୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ଏହି ଭିତ୍ତିରେ ସୁରଟ ସିଜେଏମ୍‌ ଜୁନ୍‌ ୨୪ରେ ବୟାନ ରେକର୍ଡ ଲାଗି ରାହୁଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟରେ ରାହୁଲଙ୍କୁ ବିଚାରପତି ପ୍ରଶ୍ନ କରିଥିଲେ,’ ଆପଣ ମୋଦି ସାଙ୍ଗିଆଧାରୀଙ୍କୁ ଚୋର କହିଥିଲେ କି ? ଉତ୍ତରରେ ରାହୁଲ କହିଥିଲେ ସେ ସେହିଭଳି କହିନାହାନ୍ତି । ଅନ୍ୟ ଏକ ପ୍ରଶ୍ନରେ ସିଜେଏମ୍‌ ପଚାରିଥିଲେ, ‘ଆପଣ କହିଥିଲେ କି ନରେନ୍ଦ୍ର ମୋଦି ଜଣେ ଶିଳ୍ପପତିଙ୍କୁ ୩୧ କୋଟି ଟଙ୍କା ଦେଇଛନ୍ତି ? ଏକ ଜାତୀୟ ଦଳର ନେତା ଭାବେ ସେ ସବୁବେଳେ ଦୁର୍ନୀତି ପ୍ରସଙ୍ଗ ଉଠାନ୍ତି ଓ ଉଠାଇ ଆସିଛନ୍ତି ବୋଲି ରାହୁଲ୍‌ ଉତ୍ତର ଦେଇଥିଲେ । ତେବେ ଏହି ମାମଲାରେ ପ୍ରମାଣ ଓ ବିବୃତି ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ ନା, ଜାଣିନି ଇତ୍ୟାଦି କହିଥିଲେ ।

ସୁରଟ ବିଧାୟକ ନିଜ ଅଭିଯୋଗରେ କହିଥିଲେ ଯେ ୨୦୧୯ ରେ ଏକ ନିର୍ବାଚନୀ ରାଲିରେ ରାହୁଲ ପୁରା ମୋଦି ସମ୍ପ୍ରଦାୟକୁ ଅସମ୍ମାନ କରିଥିଲେ। ସେ କହିଥିଲେ ଯେ ସବୁ ଚୋରଙ୍କର ଗୋଟିଏ ହିଁ ଉପନାମ ମୋଦି କେମିତି ? କର୍ଣ୍ଣାଟକ କୋଲାରରେ ୨୦୧୯ ଏପ୍ରିଲ ୧୩ରେ ହୋଇଥିବା ନିର୍ବାଚନୀ ରାଲିରେ ରାହୁଲ କହିଥିଲେ ଯେ, “ନିରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି…ଏ ସମସ୍ତଙ୍କ ଉପନାମ ମୋଦି କେମିତି ? ସବୁ ଚୋରଙ୍କର ସମାନ ଉପନାମ ମୋଦି କେମିତି ହେଲା ? ଏହି ମନ୍ତବ୍ୟ ଦେବା ସମୟରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ୨୦୧୯ ଅକ୍ଟୋବରରେ ସେ କୋର୍ଟରେ ହାଜର ହୋଇଥିଲେ ଓ ସେ ଦୋଷୀ ନୁହନ୍ତି ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ ବିଧାୟକ ପୁର୍ଣ୍ଣେଶ ମୋଦି ଏହିି ସମାନ ଅଭିଯୋଗ ଆଣି ଗୁଜୁରାଟ ହାଇକୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି । ସେଥିରେ ସେ କୋଲାର ଜିଲ୍ଲାପାଳ ଏବଂ ଜଣେ ଭିଡ଼ିଓ ଗ୍ରାଫରଙ୍କୁ ସାକ୍ଷୀ ଭାବେ ଦର୍ଶାଇ ଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହୋଇପାରେ ।

   Related Posts