କେନ୍ଦ୍ର ବଜେଟ୍ ୨୦୨୦: ରାହୁଲ କହିଲେ ଇତିହାସର ଦୀର୍ଘତମ ବଜେଟ୍ ଅଭିଭାଷଣ, ହେଲେ ଏଥିରେ କିଛି ନାହିଁ

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ  ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଶନିବାର ୨୦୨୦-୨୧ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବଜେଟ୍‌କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ସଂସଦରେ ୨୦୨୦-୨୧ ବଜେଟ୍‌ ଅଭିଭାଷଣକୁ  ଦେଶର ସଂସଦୀୟ ଇତିହାସର ସବୁଠୁ ଦୀର୍ଘତମ ଅଭିଭାଷଣ ବୋଲି କହିଛନ୍ତି।

{"id":218889,"width":573,"height":675,"sizeSlug":"large"}

ବଜେଟକୁ ନେଇ ରାହୁଲ କହିଛନ୍ତି ଯେ ଏବେ ବେକାରୀ ଦେଶର ସବୁଠୁ ବଡ ପ୍ରସଙ୍ଗ। ହେଲେ ବଜେଟ୍‌ରେ ଅର୍ଥମନ୍ତ୍ରୀ ବେକାରୀ ଦୂରିକରଣ ଲାଗି ଏପରି କୌଣସି ରଣନୈତିକ ବିଚାର ରଖିଥିବାର ଜଣାପଡୁ ନାହିଁ। ସେହିପରି ସାମରିକ କ୍ଷେତ୍ର ଲାଗି ବଜେଟ୍‌ରେ କେନ୍ଦ୍ରର କୌଣସି ବିଚାର ଥିବା ଭଳି ପ୍ରତୀତ ହେଉନାହିଁ। ତେବେ ବଜେଟରେ ଯାହା ବି ଅଛି ତାହା କେବଳର ସରକାରଙ୍କ ବର୍ଣ୍ଣନା ଭିନ୍ନ ଅନ୍ୟ କିଛି ନୁହେଁ ବୋଲି ରାହୁଲ ଗଣମାଧ୍ୟମକୁ କହିଛନ୍ତି।

wp:html /wp:html

ବଜେଟ୍‌କୁ ଅର୍ଥମନ୍ତ୍ରୀ ଏକ ସୁନ୍ଦର ଗୁଚ୍ଛରେ ପରିଣତ କରିବାରେ ସଫଳ ହୋଇଛନ୍ତି। ହେଲେ ସମ୍ପର୍କିତ ଗଣିତକୁ ବ୍ୟାଖ୍ୟା କରିବାରେ ବିଫଳ ହୋଇଛନ୍ତି। ଏଥିଲାଗି ଅର୍ଥମନ୍ତ୍ରୀ ସଂସଦରେ ଦୀର୍ଘ ଭାଷଣ ଦେଇଥିଲେ ମଧ୍ୟ ବଜେଟକୁ ସଠିକ ବୁଝେଇବାରେ ବିଫଳ ହୋଇଥିବା କହିଛନ୍ତି ରାହୁଲ । କେବଳ ଚିକଣ ଚାକଣ ଭାଷଣ ଭିନ୍ନ ବଜେଟ୍ ବୋଲି ଏଥିରେ କିଛି ନଥିବା ରହୁଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.