Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ସଡକରୁ ସଂସଦକୁ ବ୍ୟାପିଲା କୃଷି ଆଇନ ପ୍ରତ୍ୟାହାର ଦାବି : ଟ୍ରାକ୍ଟର ଚଲାଇ ସଂସଦ ଗଲେ ରାହୁଲ, କହିଲେ ଚପାଇ ଦିଆଯାଉଛି ଚାଷୀ ସ୍ୱର

26/07/2021 at 12:29 PM

ନୂଆଦିଲ୍ଲୀ ୨୬/୭: ଦୁଇଦିନ ବନ୍ଦ ପରେ ଆଜି ଆରମ୍ଭ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ । ତେବେ ଆଜି ଏକ ଭିନ୍ନ ଢଙ୍ଗରେ ସଂସଦକୁ ଏଣ୍ଟ୍ରି କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଟ୍ରାକ୍ଟର ଚଲାଇ ସଂସଦରେ ପହଞ୍ଚିଥିଲେ ରାହୁଲ । କେନ୍ଦ୍ର ସରକାର ୩ କୃଷି ଆଇନ ବିରୋଧ କରି ଏଭଳି ପ୍ରତିବାଦ କରିଥିଲେ । ରାହୁଲ ଗାନ୍ଧୀ ଆଜି ଟ୍ରାକ୍ଟର ଚଳାଇ ସଂସଦ ଗୃହରେ ପହଞ୍ଚିଥିଲେ । ଯେଉଁ ଟ୍ରାକ୍ଟର ସହିତ ରାହୁଲ ସଂସଦ ଗୃହରେ ପହଞ୍ଚିଥିଲେ ସେଥିରେ ବୋର୍ଡ ଥିଲା । ଯେଉଁଥିରେ ‘କୃଷକ ବିରୋଧୀ ତିନୋଟି କୃଷି ନିୟମକୁ ଫେରାଇ ନିଅ, ଏହାକୁ ଫେରାଇ ନିଅ ।

ନିଆରା ପ୍ରତିବାଦ କରି ରାହୁଲ କହିଛନ୍ତି, “ଆମେ କୃଷକଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛୁ । ହେଲେ ଚାଷୀଙ୍କ ସ୍ୱରକୁ ଏଠି ଚାପି ଦିଆଯାଉଛି । ସରକାରଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ । ଏହି ଆଇନଗୁଡିକ କେବଳ ବଡ ବଡ ଶିଳ୍ପପତିଙ୍କ ପାଇଁ । ଏଗୁଡିକ ଲାଭ ପାଇଁ ନୁହେଁ । ଏଗୁଡ଼ିକ କଳା ନିୟମ । ତିନି କୃଷି ନିୟମ ବିରୁଦ୍ଧରେ ଆଠ ମାସର ଆନ୍ଦୋଳନର ସମାପ୍ତି ପାଇଁ ଆଜି ଜନ୍ତର ମନ୍ତ୍ରରେ ସାମିଲ ହୋଇଛନ୍ତି ମହିଳା ।

   Related Posts