Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନା ଭାକ୍ସିନଙ୍କୁ ନେଇ ମୋଦିଙ୍କୁ ରାହୁଲଙ୍କ ୪ ପ୍ରଶ୍ନ, କାହିଁକି ଓ କ’ଣ ପାଇଁ ?

23/11/2020 at 5:56 PM

ନୂଆଦିଲ୍ଲୀ ୨୩।୧୧: ଦେଶରେ ପୁଣି ପ୍ରକୋପ କରିଛି କରୋନା। ରଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ମହାରାଷ୍ଟ୍ର ଓ ଗୁଜରାଟରେ ଉଗ୍ର ରୂପ ଧାରଣ କରିଛି। ଏଥିରେ ବିଭିନ୍ନ ଦେଶରେ ହେଉଥିବା କରୋନା ଭେକ୍ସିନର ଫଳାଫଳ ଏବେ ଆସିବାରେ ଲାଗିଲାଣି। ଯେଉଁ ଟିକା ଆଗ ଆସିବ ଲୋକଙ୍କ ଜୀବନ ରକ୍ଷା ଲାଗି ଭାରତ ସରକାର କିଣିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ପ୍ରସଙ୍ଗ ପାଲଟିଛି।

ରାହୁଲ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪ଟି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଦେଶ ଏହା ଜାଣିବାକୁ ଚାହୁଁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏପର୍ଯ୍ୟନ୍ତ ବିକଶିତ କୋଭିଡ ଭାକ୍ସିନ କ୍ୟାଣ୍ଡିଡେଟ୍ ମଧ୍ୟରୁ ଭାରତ ସରକାର କାହାକୁ ବାଛିବେ ଓ କାହିଁକି ବାଛିବେ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ସେହିପରି ଆଉ ଏକ ପ୍ରଶ୍ନରେ ସରକାରଙ୍କ ପ୍ରଥମ ଟିକା କାହାକୁ ମିଳିବ ଓ ଟିକା ବିତରଣ ଲାଗି ସରକାରଙ୍କ ରଣନୀତି କଣ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ସେହିପରି ରାହୁଲ ଦେଶରେ କରୋନା ଟିକାକରଣ ଲାଗି ପିଏମ୍‌ କେୟାର୍ସ ଫଣ୍ଡର ଉପଯୋଗ ହେବ କି ବୋଲି ପ୍ରଶ୍ନ କରିଛନ୍ତି। ଆଉ ଏକ ପ୍ରଶ୍ନରେ ଦେଶର ସମସ୍ତ ନାଗରିକଙ୍କୁ କେବେ ସୁଧା ଟିକା ମିଳିପାରିବ ବୋଲି ମଧ୍ୟ ପଚାରିଛନ୍ତି। ଦେଶରେ କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ଭୂତାଣୁ ବ୍ୟାପିବା ବେଳେ ପ୍ରଧାନମନ୍ତ୍ରୀ ଏକ କୋଭିଡ ପାଣ୍ଠି ସ୍ଥାପନା କରିଥିଲେ। ଯାହାକୁ ପିଏମ କେୟାର୍ସ ନାମରେ ନାମିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଥାଉଥାଉ ଏପରି ପାଣ୍ଠି ସ୍ଥାପନାର ଉଦ୍ଦେଶ୍ୟ କଣ ସେ ନେଇ ବେଶ୍ ହଇଚଇ ହୋଇଥିଲା। ଏହି ପାଣ୍ଠିକୁ ମଧ୍ୟ ବିଭିନ୍ନ ସ୍ରୋତରୁ ବିପୁଳ ଦାନ ଆସିଛି।

ଦେଶରେ କରୋନା ଟିକାକରଣ ଲାଗି ବ୍ୟାପକ ଅର୍ଥର ଆବଶ୍ୟକତା ପଡିବ। କୋଭିଡ ଲକଡାଉନ ପରଠାରୁ ରାଜସ୍ୱ ଆଦାୟ ମନ୍ଥର ହୋଇଛି। ଏଥିରେ ଟିକାକରଣ ବାବଦ ଖର୍ଚ୍ଚ ରାଜସ୍ୱରୁ ଭରଣା ହେଲେ ରାଜକୋଷ ଉପରେ ବୋଝ ହେବ। ଏଣୁ ପ୍ରଧାନମନ୍ତ୍ରୀଙ୍କୁ ଟିକା ବାବଦ ଖର୍ଚ୍ଚ ନେଇ ପ୍ରଶ୍ନ ଏକ ସ୍ୱଭାବିକ। ତେବେ ବିଭିନ୍ନ ଦେଶରେ ହୋଇଥିବା ଟିକା ଗବେଷଣାର ଫଳାଫଳ ଏବେ ଆସୁଛି। ହେଲେ କୌଣସି ସଂସ୍ଥା ଟିକା ପ୍ରସ୍ତୁତ କରିନାହାନ୍ତି। ଏଥିରେ ସରକାର ଟିକାକୁ ନେଇ କଣ ନିଷ୍ପତ୍ତି ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

   Related Posts