Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାହୁଲଙ୍କ ବଡ଼ ଘୋଷଣା : ୧୯ରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତଙ୍କୁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି, ମାସକୁ ମାସ ଆକାଉଣ୍ଟରେ ହେବ ଟଙ୍କା ଡିପୋଜିଟ୍

29/01/2019 at 8:52 AM

ରାୟପୁର ୨୯|୧:  ୨୦୧୯ ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ହୃଦୟ ସେତିକି ସେତିକି ମେଲା ହୋଇଯାଉଛି । ଏହି ତାଲିକାରେ ଏବେ ଏକ ନମ୍ବରରେ ଅଛନ୍ତି କଂଗ୍ରେସ କମାଣ୍ଡର ରାହୁଲ ଗାନ୍ଧି । ପୂର୍ବରୁ କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ମଧ୍ୟରେ ଋଣ ଛାଡ଼ କରିବାର ପ୍ରତିଶ୍ରୁତି ଦେଇଥିବା ବେଳେ, ଏବେ ୧୯ରେ ସରକାର ଗଢ଼ିବାର ସୁଯୋଗ ପାଇଲେ ଗରିବଙ୍କ ପାଇଁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟିର ଶୁଭାରମ୍ଭ କରିବ ବୋଲି ରାହୁଲ କହିଛନ୍ତି । ତେଣେ ରାହୁଲଙ୍କ ଘୋଷଣା ପରେ ଖଡଗହସ୍ତ ହୋଇଛି ବିଜେପି ।

ଯାହା କହେ, ତାହା କରିକି ଦେଖାଏ । ତେଣିକି ସେ କୃଷକଙ୍କ ଋଣ ଛାଡ଼ ହେଉ କି ଅଧିଗ୍ରହଣ ହୋଇଥିବା ଜମି ଫେରାଇବା ହେଉ । ଏବେ ୨୦୧୯ରେ ସରକାର ଗଢ଼ିଲେ ଦେଶର ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦିଆଯିବ । ମାନେ ଗରିବଙ୍କ ଆକାଉଣ୍ଟରେ ମାସିକ ଟଙ୍କା ଡିପୋଜିଟ୍ । ଛତିଶଗଡ଼ରେ ଏକ କୃଷକ ରାଲିକୁ ସମ୍ବୋଧନ କରିବା ସମୟରେ ଏଭଳି ପ୍ରତିଶ୍ରୁତି ବିଞ୍ଚିଛନ୍ତି କଂଗ୍ରେସ କପ୍ତାନ ରାହୁଲ ଗାନ୍ଧି । ବିଶ୍ବର ପ୍ରଥମ ଦେଶ ଭାବରେ ଭାରତରେ ଏଭଳି ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ରାହୁଲ ।

ସେପଟେ ଛତିଶଗଡ଼ ମାଟିରୁ ଏଭଳି ବଡ଼ ଘୋଷଣା କରିଥିବାରୁ ରାହୁଲଙ୍କୁ ଥ୍ୟାଙ୍କ୍ ୟୁ କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ତେବେ ବିଜେପି ରାହୁଲଙ୍କ ଘୋଷଣାକୁ ହଜମ କରିପାରିନାହିଁ । ବିରୋଧୀ ଆସନରେ ବସିଥିବା ସମୟରେ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦିଏ, କ୍ଷମତା ପାଇଲେ ତାହା ଭୁଲିଯାଏ ବୋଲି କହିଛି ବିଜେପି ।

୧୯୭୧ରେ ଗରିବି ହଟାଓ ନାରା ଦେଇ ସତ୍ତା ହାତେଇଥିଲେ ଇନ୍ଦିରା ଗାନ୍ଧି । ଏବେ ପୁଣି ଥରେ ରାହୁଲଙ୍କ ଗରିବ କାର୍ଡ ୧୯ ନିର୍ବାଚନରେ କି ପ୍ରଭାବ ପକାଉଛି, ଏବେ ତାହା ଉପରେ ନଜର ।

   Related Posts