Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅଟକାଇଲା ପୋଲିସ, ଚାଲି ଚାଲି ହାଥରସ ଯାଉଛନ୍ତି ରାହୁଲ ଓ ପ୍ରିୟଙ୍କା, କଂଗ୍ରେସ ନେତାଙ୍କ ଅଭିଯୋଗ ‘ପୋଲିସ୍ ମୋତେ ପିଟିଛି’

1/10/2020 at 3:28 PM

ନୂଆଦିଲ୍ଲୀ ୦୧/୧୦: ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଆଜି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଯାଉଥିବା​ ବେଳେ ଯମୁନା ଏକ୍ସପ୍ରେସ ବାଟରେ ସେମାନଙ୍କ ଗାଡ଼ିକୁ ଅଟକାଇଛି ପୋଲିସ୍। କଂଗ୍ରେସ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଗ୍ରେଟର ନୋଏଡା ପୋଲିସ୍ ଅଟକାଇ ଦେବାରୁ ପ୍ରିୟଙ୍କା ଓ ରାହୁଲ ଏ​ବେ ଚାଲି ଚାଲି ପୀଡ଼ିତାଙ୍କ ଘର ଅଭିମୁଖେ ଯାଉଛନ୍ତି।

ତେବେ ଯେଉଁଠାରୁ ସେମାନଙ୍କୁ ଅଟକାଇ ଦିଆଯାଇଛି ସେଠାରୁ ହାଥରସ ୧୪୨ କିମି କିଲୋମିଟର। ସେଠାରେ ଧାରା ୧୪୪ ଲାଗୁ କରାଯାଇଛି। ଏହାର ପ୍ରଭାବ ଅକ୍ଟୋବର ୩୧ ପର୍ଯ୍ୟନ୍ତ ରହିବ। ଏହା ସହ ଜିଲ୍ଲାର ସମସ୍ତ ସୀମାକୁ ମଧ୍ୟ ସିଲ୍ କରିଦିଆଯାଇଛି।

ରାସ୍ତାରେ ଚାଲି ଚାଲି ଯାଉଥିବା କଂଗ୍ରେସ ନେତା ଏହାରି ଭିତରେ ବଡ଼ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ପୋଲିସ ତାଙ୍କ ଉପରେ ଲାଠି ଚାର୍ଜ କରିଛି। ଅର୍ଥାତ୍ ତାଙ୍କୁ ପିଟିଛି। ସେ ଏବେ ପଚାରିଛନ୍ତି- ‘‘ଦେଶରେ କ’ଣ ମୋଦି ଜୀ କେବଳ ଚାଲିକି ଯିବେ। ସାଧାରଣ ଜନତା କ’ଣ ପାଇଁ ନୁହେଁ। ଆମ ଗାଡିକୁ ଅଟକାଇ ଦିଆଗଲା। ଏଣୁ ଆ​‌ମେ ଚାଲି ଚାଲି ଯାଉଛୁ।’’

ତେବେ ୟୁପି ସରକାରଙ୍କ ପ୍ରବକ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ କହିଛନ୍ତି-‘ଏ ଭାଇଭଉଣୀଙ୍କୁ ରାଜସ୍ଥାନ ଯିବାର ଥିଲା। କାରଣ ସେଠାରେ ଏଭଳି ଜଘନ୍ୟ ଅପରାଧ ହୋଇଥାଏ। ମାତ୍ର କଂଗ୍ରେସ ଏହାକୁ ନେଇ ଖରାପ ରାଜନୀତି ଚାଳଇଛି।’’

ଉଲ୍ଲେଖନୀୟ ଯେ ହାଥରସ ଜିଲ୍ଲାରେ ସେପ୍ଟେମ୍ବର ୧୪ ତାରିଖରେ ୧୯ ବର୍ଷୀୟା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇ ଥିଲା। ଝିଅର ମେରୁଦଣ୍ଡରେ ଆଘାତ ଲାଗିଥିଲା । ଏହା ସହ ଜିଭ କାଟିଦେଇ ଥିବାରୁ ତାଙ୍କୁ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ମାତ୍ର ସେଠାରେ ଜୀବନ ସହ ଲଢ଼ି ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କଲେ।

   Related Posts