ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ “ନିର୍ବାଚନ ଫଳାଫଳର ୪/୫ ଦିନ ପୁର୍ବରୁ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ମୋଦି”

Published By : Prameya-News7 Bureau | May 17, 2019 IST

ନୂଆଦିଲ୍ଲୀ ୧୭/୫ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପ୍ରଚାର ଶେଷ ହେବ ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ସାମ୍ବାଦିକ ସମ୍ମିଳନୀରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ନିର୍ବାଚନ ଫଳାଫଳର ୪\୫ ଦିନ ପୁର୍ବରୁ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମୋଦି ରାଫେଲ ମାମଲାରେ ତାଙ୍କ ସହ କାହିଁକି ଆଲୋଚନା କଲେ ନାହିଁ । ମୋଦି ଅନିଲ ଅମ୍ବାନୀଙ୍କୁ ୩୦ ହଜାର କୋଟି କାହିଁକି ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ନିର୍ବାଚନ ଆୟୋଗଙ୍କୁ ରାହୁଲ ପ୍ରଶ୍ନ କରିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ଭୁମିକା ଏହି ପକ୍ଷପାତପୁର୍ଣ ଥିଲା । ମୋଦି ଯାହା କହିବାକୁ ଚାହିଁଛନ୍ତି କହୁଛନ୍ତି କିନ୍ତୁ ତାଙ୍କୁ ଗୋଟିଏ କଥା କହିବା ପାଇଁ ମଧ୍ୟ ଦିଆଯାଉନାହିଁ ।  ନିର୍ବାଚନ କାର୍ଯ୍ୟକ୍ରମ କେବଳ ମୋଦିଙ୍କ ପ୍ରଚାର ପାଇଁ ତିଆରି କରାଯାଇଥିଲା । ସେ ଆହୁରି କରିଛନ୍ତି ଯେ, ସେ ପ୍ରଭାବିତ ଢଙ୍ଗରେ ଜନତାଙ୍କ ପ୍ରସଙ୍ଗ ଉଠାଇଥିଲେ । ମୋଦିଙ୍କ ପାଖରେ ଅସିମିତ ଧନବଳ, ମାର୍କେଟିଙ୍ଗ, ଟିଭି ପ୍ରଚାର ଆଦି ଥିଲା । କିନ୍ତୁ କଂଗ୍ରେସ ପାଖରେ କେବଳ ସତ ଥିଲା ଏବଂ ସତ ହିଁ ଜିତିବ ବୋଲି ରାହୁଲ କହିଛନ୍ତି ।

ସେ ଗଣମାଧ୍ୟମକୁ ପ୍ରଶ୍ନ କହିଥିଲେ ଯେ, ନ୍ୟାୟ ଯୋଜନାର ଟଙ୍କା କେଉଁଠୁ ଆସିବ । ସେ କହିଥିଲେ ଯେ, ସୋନିଆ ଗାନ୍ଧି, ମନମୋହନ ସିଂହଙ୍କର ଅନେକ ଯୋଗଦାନ ରହିଛି । ଏମାନଙ୍କୁ ଧକ୍କା ମାରି ସେ କେବେ ହେଲେ ଆଗକୁ ବଢିବେ ନାହିଁ ବୋଲି କହିଛନ୍ତି ।

କଂଗ୍ରେସ ଦଳ ବିରୋଧୀ ଭୁମିକା ବହୁତ ଭଲ ଭାବେ ନିର୍ବାହ କରିଛି ବୋଲି ସେ କହିଛନ୍ତି । ମୋଦିଙ୍କ ଦୁର୍ନୀତି ବିରୋଧୀ ଅଭିଯାନର ପୋଲ୍ କଂଗ୍ରେସ ଖୋଲିଛି ବୋଲି ସେ କହିଛନ୍ତି । ୨୩ ତାରିଖରେ ଜନତାଙ୍କ ମୁଡ୍ କଣ ଜଣାପଡିବ । ପ୍ରଧାନମନ୍ତ୍ରୀ କିଏ ହେବ ତାହା ଜଣାପଡିଯିବ ବୋଲି ସେ କହିଛନ୍ତି । ଜନତା ମାଲିକ, ଯାହା ଆଦେଶ ହେବ ତାହା ପାଳନ ହେବ । ଏହାସହ ରାହୁଲ ଗାନ୍ଧୀ ନିର୍ବାଚନ ଅଭିଯାନ ପାଇଁ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.