ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଲେ - 'ଲକଡାଉନ ବିଫଳ, ଦୌଡୁଛି କରୋନା : କ'ଣ ରହିଛି ମୋଦିଙ୍କ ପ୍ଲାନ ବି'

Published By : Prameya-News7 Bureau | May 26, 2020 IST

ନୂଆଦିଲ୍ଲୀ ୨୬/୦୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୬ ତାରିଖ, ମଙ୍ଗବାର ଦିନ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିଛନ୍ତି | ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ 'ଆମେ କରୋନା ସହ ୨୧ ଦିନର ସଂଗ୍ରାମ କରିବାକୁ ଯାଉଛନ୍ତି | ଆଜିକୁ ୬୦ ଦିନ ହୋଇସାରିଲାଣି | କିନ୍ତୁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି | ଦେଶରେ କରୋନା ସଂକ୍ରମଣ ବଢିବା ସମୟରେ ଲକଡାଉନ କୋହଳ କରାଯାଉଛି | ଅର୍ଥାତ ଏହା ସ୍ପଷ୍ଟ ହୋଇଛି ଯେ ଲକଡାଉନ ନିୟମ ବିଫଳ ହୋଇଛି | ନରେନ୍ଦ୍ର ମୋଦିଙ୍କ ଯେଉଁ ଲକ୍ଷ୍ୟ ଥିଲା ତାହା ପୁରା ହେଲାନାହିଁ |' ରାହୁଲ ଗାନ୍ଧୀ ଆଦର ସହ ମୋଦିଙ୍କ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ପ୍ଲାନ - ବି କଣ ରହିଛି ?

ରାହୁଲ କହିଛନ୍ତି ଯେଉଁ ରାଜ୍ୟରେ କଂଗ୍ରେସ ଶାସନ ଚାଲିଛି ସେଠାରେ ଦଳ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଉଛି କିନ୍ତୁ କେନ୍ଦ୍ରରୁ ତାଙ୍କୁ କିଛି ସାହାଯ୍ୟ ମିଳିନାହିଁ | ରାହୁଲ କହିଛନ୍ତି, କଂଗ୍ରେସ ପାଖରେ ପ୍ରବାସୀଙ୍କୁ ସାହାଯ୍ୟ କରିବା, ରାଜ୍ୟରେ ଯାଞ୍ଚ ବଢାଇବା ରଣନୀତି ଆବଶ୍ୟକ ରହିଛି କିନ୍ତୁ କେନ୍ଦ୍ରର ସାହାଯ୍ୟ ବିନା ଦଳ ଏକା ଏସବୁ କରିପାରିବ ନାହିଁ |

ମହାମାରୀ ପୂର୍ବରୁ ଦେଶରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇପଚାର ଯାଇଥିବା ପ୍ରଶ୍ନର ଜବାବରେ ରାହୁଲ କହିଥିଲେ ଯେ, 'ଆମକୁ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ମଧ୍ୟରେ ଏକ ରାସ୍ତା ବାହାର କରିବାକୁ ପଡିବ ଯେପରିକି ଉଭୟ ସୁଚାରୁ ରୂପେ ହୋଇପାରିବ | ଜଣେ ରାଷ୍ଟ୍ରୀୟ ନେତା ଭାବେ ମୋତେ ଏହା କହିବାକୁ ଦୁଃଖ ଲାଗୁଚି ଯେ ଦେଶର ଅନେକ କମ୍ପାନୀ ବନ୍ଦ ହୋଇଯିବ | ଅନେକ ସଂଖ୍ୟାରେ ଲୋକେ ବେକାର ହୋଇଯିବେ | ସେଥିପାଇଁ ସରକାର ଉଭୟ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଉପରେ ସମାନ ଭାବେ କାର୍ଯ୍ୟ କରନ୍ତୁ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.