ମାନବିକତାର ପରିଚୟ ଦେଲେ ରାହୁଲ ; ତଳେ ପଡିଯାଇଥିବା କ୍ୟାମେରାମ୍ୟାନଙ୍କୁ ହାତ ଧରି ଉଠାଇଲେ

Published By : Prameya-News7 Bureau | January 25, 2019 IST

ଭୁବନେଶ୍ବର ୨୫|୧:  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡିଶା ଗସ୍ତରେ ଆସିଛନ୍ତି । ଓଡିଶା ମାଟିରେ ତାଙ୍କ ମାନବିକତାର ପରିଚୟ ଦେଇଛନ୍ତି ରାହୁଲ । ଭୁବନେଶ୍ବର ବିମାନ ବନ୍ଦରରୁ ବାହାରିବା ସମୟରେ ରାହୁଲଙ୍କ ଫଟୋ ଉଠାଇବା ବେଳେ ତାଙ୍କ କ୍ୟାମେରାମ୍ୟାନ ହଠାତ୍ ତଳେ ପଡିଯାଇଥିଲେ । ଏହା ଦେଖି ରାହୁଲ ତାଙ୍କ ପାଖକୁ ଯାଇ ତାଙ୍କ ହାତ ଧରି ତଳୁ ଉଠାଇଥିଲେ । ସଂପୃକ୍ତ କ୍ୟାମେରାମ୍ୟାନ୍ ଜଣଙ୍କ ରାହୁଲଙ୍କ ସହ ବିମାନରେ ଦିଲ୍ଲୀରୁ ଆସିଥିଲେ । ତେବେ ରାହୁଲ ନିଜେ ତାଙ୍କୁ ତଳୁ ଉଠାଇ ମାନବିକତାର ପରିଚୟ ଦେଇଛନ୍ତି ।

ଆଜି ସକାଳ ପ୍ରାୟ ୧୦ଟା ୪୫ରେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ଆସି ପହଞ୍ଚିଥିଲେ ରାହୁଲ । ବିମାନବନ୍ଦରରେ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରୁ ରୋଡ୍ ସୋ କରି ହୋଟେଲ ମେ' ଫେୟାର ଯାଇଥିଲେ ରାହୁଲ । ସେଠାରେ ଟାଉନ୍ ହଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି ରାହୁଲ । ଏହାପରେ ତମାଣ୍ଡୋ ମିନି ଷ୍ଟାଡିୟମ ଆୟୋଜିତ ସମାବେଶରେ ଯୋଗଦେବେ ରାହୁଲ । ଏହା ପରେ ଅପରାହ୍ନ ୪ଟା ୫ରେ ରାହୁଲ କଂଗ୍ରେସ ଭବନରେ ପହଞ୍ଚିବେ । ସେଠାରେ ହାଲ୍ ର କର୍ମଚାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାହୁଲ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ଓ ବିଧାୟକଙ୍କ ସହ ଆଲୋଚନା କରିବେ । ସଂଧ୍ୟା ୫ଟା ୫୦ ମିନିଟରେ ରାହୁଲ କଂଗ୍ରେସ ଭବନ ଛାଡି ବିମାନବନ୍ଦର ଅଭିମୁଖେ ବାହାରିବେ । ସଂଧ୍ୟା ୬ଟା ୩୫ରେ ଦିଲ୍ଲୀ ଯାତ୍ରା କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

wp:core-embed/youtube {"url":"https://www.youtube.com/watch?v=hR63Hi1Iu2k","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=hR63Hi1Iu2k
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.