୧୦୦ ବର୍ଷ ପୂର୍ତ୍ତି ଅବସରରେ ଜାଲିଆନାୱାଲାବାଗରେ ପହଁଚିଲେ ରାହୁଲ ; ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | April 13, 2019 IST

ଅମୃତସର ୧୩/୪ : ଅମୃତସର ଜାଲିଆନାୱାଲାବାଗ ନରସଂହାର କାଣ୍ଡକୁ ଆଜି ୧୦୦ ବର୍ଷ ପୂରଣ ହୋଇଛି | ଏହି ଅବସରରେ ଆଜି ସେଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ | କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ରାଜ୍ୟପାଳ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସକାଳେ ଅମୃତସର ପହଂଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦ୍ର ସିଂହ ମଧ୍ୟ ରାହୁଲଙ୍କ ସହିତ ଥିଲେ |

{"id":103043,"width":578,"height":287}


ଶୁକ୍ରବାର ବିଳମ୍ବିତ ରାତିରେ ଅମୃତସରରେ ପହଂଚିଥିଲେ ରାହୁଲ | ସେ ସ୍ଵର୍ଣ ମନ୍ଦିର ଯାଇ ଦର୍ଶନ କରିଥିଲେ | ପଞ୍ଜାବ ମୁଖ୍ୟମନ୍ତ୍ରୀ, ନବଜୋତ ସିଂହ ସିଦ୍ଧୁ ଏବଂ ଅନ୍ୟ କଂଗ୍ରେସ ନେତା ମଧ୍ୟ ଉପସ୍ଥିତ ଥିଲେ | ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଘଟିଥିବା ନରସଂହାରକୁ ମନେପକାଇ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ | ଆଜି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଶତାବ୍ଦୀ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ଏହି ଅବସରରେ ସହିଦଙ୍କ ସ୍ମୃତିରେ ମୁଦ୍ରା ଏବଂ ଡାକ ଟିକେଟ ଉନ୍ମୋଚନ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.