Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାଫେଲକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, ଜାଣନ୍ତୁ କ’ଣ କହିଛନ୍ତି ପିୟୁଷ ଗୋୟଲ

22/08/2020 at 9:56 PM

ନୂଆଦିଲ୍ଲୀ ୨୨।୮:  ରାଫେଲ କିଣାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଶନିବାର ପୁଣି ଥରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ମହାତ୍ମା ଗାନ୍ଧିଙ୍କ ଉକ୍ତି ଉଦ୍ଧୃତ କରିଛନ୍ତି। ରାଫେଲ ଯୁଦ୍ଧବିମାନ କିଣା ନାମରେ କେନ୍ଦ୍ର ସରକାର ରାଜକୋଷ ଲୁଟ୍ କରିଥିବା ରାହୁଲ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ରାହୁଲ ଟ୍ୱିଟ୍‌ରେ ଏକ ଖବର ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରାଳୟ ରାଫେଲ କାରବାର ସହ ସମ୍ପୃକ୍ତ କୌଣସି ସୂଚନା ସିଏଜିଙ୍କୁ ଦେବାକୁ ଅଗ୍ରାହ୍ୟ କରିଦେଇଥିବା ଉଲ୍ଲେଖ ଅଛି। ରାହୁଲଙ୍କ ଏହି ଟ୍ୱିଟର ଜବାବରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କୁ ରାଫେଲ ଆଗାମୀ ନିର୍ବାଚନ ପ୍ରସଙ୍ଗ ହେଉ ବୋଲି କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ରାଫେଲକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାନ୍ତୁ ବୋଲି ଗୋୟଲ ତାଙ୍କୁ ଆହ୍ୱାନ ଦେଇଛନ୍ତି।

ରାଫେଲକୁ ନେଇ ରାହୁଲ ଯେଉଁ ରାଜନୀତି କରୁଛନ୍ତି ସେଥିରେ ତାଙ୍କ ଦଳର ରାଜନୈତିକ ଛବି ଖରାପ ହେଉଥିବା ତାଙ୍କ ନେତାମାନେ ଅଭିଯୋଗ କରୁଛନ୍ତି।  ହେଲେ ଯେଉଁ ଲୋକ ନିଜର କ୍ଷତି ନିଜେ କରିବାକୁ ଚାହିଁବ ତାକୁ ରୋକିବ କିଏ ବୋଲି ନେତାମାନେ କହୁଥିବା ଗୋୟଲ କହିଛନ୍ତି। ଏହାସତ୍ତ୍ୱେ ଯଦି ରାହୁଲଙ୍କ ରାଫେଲ ନିଶା ନ ଛାଡୁଛି ତେବେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରାଯାଉ ବୋଲି କହିଛନ୍ତି।   

   Related Posts