‘ବେରୋଜଗାର ଦିବସ’ର ଆବଶ୍ୟକତା ନଥାନ୍ତା ଯଦି ମିତ୍ରଙ୍କ ବଦଳେ ବିଜେପି ଜନତାଙ୍କ ଲାଗି କାମ କରିଥାନ୍ତା: ରାହୁଲ

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ ୧୭।୯: ସାରା ଦେଶରେ ୧୭ ସେପ୍ଟେମ୍ବର ଶୁକ୍ରବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜୟନ୍ତୀ ଭାବେ ପାଳନ କରାଯାଉଛି। ତେବେ ଯୁବକଂଗ୍ରେସ ଦିନଟିକୁ  ଦେଶରେ ‘ଜାତୀୟ ବେରୋଜଗାରୀ ଦିବସ’ଭାବେ ପାଳନ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରରେ ଶାସନ ଦଖଲ ପୂର୍ବରୁ ବିଜେପି ବର୍ଷକୁ ୨ କୋଟି ବେକାରଙ୍କ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁସାରେ ପ୍ରତିଶ୍ରୁତି ପାଳନ ହୋଇ ନଥିବା ବେଳେ କରୋନା ଭାଇରସ ମହାମାରୀ କାରଣରୁ ଲକ୍ଷଲକ୍ଷ ଲୋକେ ବେକାର ହୋଇଯାଇଛନ୍ତି।

wp:embed {"url":"https://twitter.com/RahulGandhi/status/1438820472842592260","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1438820472842592260
/wp:embed

ତେବେ ଯୁବ କଂଗ୍ରେସର ଜାତୀୟ ବେରୋଜଗାର ଦିବସକୁ ନେଇ କଂଗ୍ରେସର ୱାଇନାଡ ସାଂସଦ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଛନ୍ତି। ଏ ନେଇ ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରିଥିବା ବେଳେ ଦେଶକୁ ଏହି ଦିବସର ଆବଶ୍ୟକତା ନଥାନ୍ତା ଯଦି ମୋଦି ସରକାର ଲୋକଙ୍କ ଲାଗି କାମ କରିଥାନ୍ତେ ବୋଲି ଉଲ୍ଲେଖ କରିଛନ୍ତି ରାହୁଲ। କେନ୍ଦ୍ରରେ ବିଜେପି ଲଗାତାର ଦୁଇଟି ଜାକ ପାଳି ନିଜର ମିତ୍ରଙ୍କ ଲାଗି ଉତ୍ସର୍ଗ କରିଦେଇଛି। ଫଳରେ ଜନତା ଅବହେଳିତ ହୋଇପଡିଥିବା ବେଳେ ସରକାରଙ୍କ ଜନମାରଣ ନୀତି ଓ ଆଇନ ସେମାନଙ୍କୁ ତଳିତଳାନ୍ତ କରିଦେଇଛି ବୋଲି ରାହୁଲ କହିଛନ୍ତି। ଯାହା ଉପରେ ନେଟିଜେନ ଏବେ ନାନା ମନ୍ତବ୍ୟ ଦେବା ସହ ମିମସ୍ ମଧ୍ୟ ପୋଷ୍ଟିଂ କରୁଛନ୍ତି।

wp:embed {"url":"https://twitter.com/ak_Obroy_/status/1438778066390568960","type":"rich","providerNameSlug":"twitter","responsive":true}
https://twitter.com/ak_Obroy_/status/1438778066390568960
/wp:embed

ତେବେ ୭୧ତମ ଜନ୍ମଦିବସରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବାକୁ ଭୁଲିନି କି ନିଜର ପାରମ୍ପରିକ ବିରୋଧ ବି ଛାଡିନି। ଏହି ଅବସରରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିଫଳତା ଗଣାଇବା ସହ ମୋଦିଙ୍କ ଜନ୍ମଦିନକୁ କେଉଁ ନାମ ଦିଆଯିବ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୟନ୍ତୀକୁ ସାରା ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ସେହିପରି ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ରାଜୀବଙ୍କ ଜୟନ୍ତୀକୁ ଦେଶ ସଦଭାବନା ଦିବସ ଭାବେ ପାଳନ କରୁଥିବା ବେଳେ ପ୍ରଥମ ଏନଡିଏ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ଦେଶରେ ସୁଶାସନ ଦିବସ ଭାବେ ପାଳିତ ହେଉଥିବା ଶ୍ରୀନେତ କହିଛନ୍ତି।

{"id":513249,"width":838,"height":629,"sizeSlug":"full","linkDestination":"none"}

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ୨ଟି କାର୍ଯ୍ୟକାଳ ଏବେ ପୂରଣ କରିବାକୁ ଯାଉଛନ୍ତି ହେଲେ ତାଙ୍କ ସରକାରଙ୍କ କୌଣସି ଉପଲବ୍ଧି ହିଁ ନାହିଁ ବୋଲି କହିଛନ୍ତି। କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଗତ ୭ ବର୍ଷରେ ଆଖି ଆଗରେ ରୋଜଗାର ଲାଗି ଦ୍ୱାର ଦ୍ୱାର ବୁଲୁଥିବା ଯୁବକ, ଶୋଷିତ ଚାଷୀ, ବନ୍ଦ ଉଦ୍ୟୋଗ, ଅକ୍ସିଜେନ ଲାଗି ଛଟପଟ ହୋଇ ମରୁଥିବା ଲୋକେ, ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବା ଜନତା,ଗ୍ୟାସ୍‌ ଛାଡି ଚୁଲି ଫୁଙ୍କୁଥିବା ମହିଳା, ବଡ଼ ସରକାରୀ ଉଦ୍ୟୋଗ ଅନ ସେଲ୍ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.