‘ଆଜି ମଧ୍ୟ ଅନେକ ଭାରତୀୟ ଦଳିତ, ମୁସଲିମ ଓ ଆଦିବାସୀଙ୍କୁ ମଣିଷ ବୋଲି ଭାବୁ ନାହାନ୍ତି’- ରାହୁଲ ଗାନ୍ଧି

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧/୧୦: ବହୁ ଭାରତୀୟ ଦଳିତ, ମୁସଲିମ ଓ ଆଦିବାସୀଙ୍କୁ ମଣିଷ ଭାବି ନ ଥାନ୍ତି। ଏହା ନିହାତି ଲଜ୍ଜ୍ୟାଜନକ କଥା ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ହାଥରସ ମାମଲାକୁ ନେଇ ସେ ଆଜି ଏହି ଟ୍ବିଟ୍ କରିଛନ୍ତି। ଏହା ସହ ସେ ଏକ ଓ୍ବେବସାଇଟର ଲେଖାକୁ ସେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ପୀଡ଼ିତ ଯନ୍ତ୍ରଣା ଦେଇ ଗତି କରୁଥିବା ବେଳେ ବାରମ୍ବାର କହିଛି ଯେ ତା ସହ ଦୁଷ୍କର୍ମ କରାଯାଇଛି।

ରାହୁଲ ଗାନ୍ଧି ଟ୍ବିଟରେ ଲେଖିଛନ୍ତି ‘ଏହା ଅତ୍ୟନ୍ତ ଲଜ୍ୟାଜନକ ସତ ଯେ ଅନେକ ଭାରତୀୟ ଦଳିତ, ମୁସଲିମ ଓ ଆଦିବାସୀଙ୍କୁ ମଣିଷ ବୋଲି ଭାବୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ପୋଲିସର କହିବା କଥା କୌଣସି ଦୁଷ୍କର୍ମ ହୋଇ ନାହିଁ। କାରଣ ସେମାନଙ୍କ ପାଇଁ ଓ ଅନ୍ୟ ଭାରତୀୟଙ୍କ ପାଇଁ ସେ କହି ନ ଥିଲେ।’

wp:core-embed/twitter {"url":"https://twitter.com/RahulGandhi/status/1315119655720153089","type":"rich","providerNameSlug":"twitter","className":""}
https://twitter.com/RahulGandhi/status/1315119655720153089
/wp:core-embed/twitter

ତେବେ ରାହୁଲ ଯେଉଁ ଆଲେଖ୍ୟ ସେୟାର କରିଛନ୍ତି ସେଥିରେ ଲେଖା ଯାଇଛି ଉଚ୍ଚ ଜାତିର ପଡୋଶୀଙ୍କ ଦ୍ବାରା ପୀଡ଼ିତଙ୍କୁ ଜବରଦସ୍ତି କରାଯାଇଥିଲା। ୧୪ ଦିନ ଜୀବନ ଓ ମୃତ୍ୟୁ ସହ ଲଢ଼ିବା ପରେ ପୀଡ଼ିତା ଶେଷରେ ଆଖି ବୁଜିଲେ। କେବଳ ଏତିକି ନୁହେଁ ବିଳମ୍ବିତ ରାତ୍ରିରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା। ରାଜ୍ୟ ସରକାର ଏହା ପରେ କହିଲେ ତାଙ୍କ ସହିତ କୌଣସି ଦୁଷ୍କର୍ମ ହୋଇ ନାହିଁ। ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧି ହାଥରସ ଘଟଣାରେ ଚୁପ ରହିଥିବା ପିଏମ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.