ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ରର ବୈଧତାକୁ ନେଇ ଚାଲିଛି ଶୁଣାଣି : ଉଭୟ ପକ୍ଷର ଓକିଲ ଉପସ୍ଥିତ

Published By : Prameya-News7 Bureau | April 22, 2019 IST

ନୂଆଦିଲ୍ଲୀ ୨୨/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ରର ବୈଧତାକୁ ନେଇ ଆମେଥି ଜିଲ୍ଲାପାଳଙ୍କ ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି | ଉଭୟ ପକ୍ଷର ଓକିଲ ଉପସ୍ଥିତ ଅଛନ୍ତି | କୋର୍ଟ ବାହାରେ ଲୋକଙ୍କ ଭିଡ ଜମିରହିଛି | ଭିଡ ପାଇଁ ସୁରକ୍ଷା ଦୃଷ୍ଟିରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି | ଶୁଣାଣି ସରିବା ପରେ ନିଷ୍ପତ୍ତି ନିଆଯିବ |


ଏପ୍ରିଲ ୧୦ ତାରିଖରେ ରାହୁଲ ଗାନ୍ଧୀ ୪ଟି ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଶନିବାର ଦିନ ନାମାଙ୍କନ ପତ୍ର ଯାଞ୍ଚ ବେଳେ ବହୁଜନ ମୁକ୍ତି ପାର୍ଟିର ଅଫଜଲ ବରିଶ, ସ୍ୱାଧୀନ ପ୍ରାର୍ଥୀ ଧ୍ରୁବ ଲାଲ, ସୁରେଶ କୁମାର ଶୁକ୍ଲା ନିଜ ନିଜ ଓକିଲଙ୍କ ମାଧ୍ୟମରେ ରିଟର୍ଣ୍ଣିଙ୍ଗ ଅଫିସର ରାମ ମନୋହର ମିଶ୍ରଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ | ରାହୁଲ ଗାନ୍ଧୀଙ୍କ ନାମାଙ୍କନ ପତ୍ରକୁ ଅବୈଧ ଘୋଷଣା କରିବା ପାଇଁ ଲିଖିତ ପତ୍ର ଜରିଆରେ ଦାବି କରାଯାଇଥିଲା |


ରାହୁଲ ଗାନ୍ଧୀଙ୍କ ନାଗରିକତା ଏବଂ ଶିକ୍ଷାକୁ ନେଇ ଆପତ୍ତି ଦର୍ଶାଇଥିଲେ ବିରୋଧୀ ନେତା | ବ୍ରିଟେନ ଥିବା ରାହୁଲଙ୍କ କମ୍ପାନୀ ଏବଂ ସମ୍ପତ୍ତି ତାଲିକା ନାମାଙ୍କନରେ ଦାଖଲ ହୋଇନଥିବା ଦର୍ଶାଇଥିଲେ | ଆପତ୍ତି ପରେ ରାହୁଲଙ୍କ ଓକିଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ୨ ଦିନ ସମୟ ମାଗିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.