Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବିଜୟପାଇଁ ୱାୟନାଡବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ଯାଇଥିବା ରାହୁଲଙ୍କୁ ଭେଟିଲେ ତାଙ୍କ ନର୍ସ, ଭାବବିହ୍ବଳ ହେଲେ ରାଜମ୍ମା

9/06/2019 at 7:26 PM

ୱାୟନାଡ ୯।୬ :  ପ୍ରାୟ ୪୯ ବର୍ଷ ପୂର୍ବେ ଦିଲ୍ଲୀର ଏକ ହସ୍ପିଟାଲରେ ଏକ ନବଜାତକକୁ ହାତରେ ଉଠାଇଥିଲେ ନର୍ସ ରାଜମ୍ମା ବାବାଥିଲ। ୪୯ ବର୍ଷ ପରେ ରବିବାର ତାଙ୍କୁ କୋଳାଗ୍ରତ କରିବା ବେଳେ ନିଜ ଆଖିକୁ ବିଶ୍ବାସ ବି କରିପାରିନାହାନ୍ତି ରାଜମ୍ମା। ଯେଉଁ ଶିଶୁର ଜନ୍ମ ସମୟର ସେ ସାକ୍ଷୀ ଥିଲେ ଆଜି ସେହି ଶିଶୁ ତାଙ୍କ ଆଗରେ କେବଳ ଜଣେ ଯୁବକ ନୁହେଁ କଂଗ୍ରେସ ଭଳି ଏକ ଜାତୀୟ ଦଳର ଅଖିଳ ଭାରତୀୟ ସଭାପତି ରାହୁଲ ଗାନ୍ଧି ବୋଲି ତାଙ୍କ ଖୁସିର ସୀମା ରହି ନାହିଁ । କେରଳର ୱାୟନାଡ ସାଂସଦ ରାହୁଲ ଗାନ୍ଧି ରାଜମ୍ମାଙ୍କ ହାତ ଧରି ତାଙ୍କୁ ଗଳାରେ ଲଗାଇବା ରାଜମ୍ମାଙ୍କୁ ଭାବବିହ୍ବଳ କରିଦେଇଥିଲା।

ଗତ ସାଧାରଣ ନିର୍ବାଚନରେ ଯେତେବେଳେ ସାରା ଦେଶ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିକୁ ନିର୍ବାଚିତ କରିଥିଲା ସେତେବେଳେ କେରଳର ୱାୟନାଡ ଲୋକସଭା କ୍ଷେତ୍ର ରାହୁଲଙ୍କ ନେତୃତ୍ବାଧୀନ କଂଗ୍ରେସକୁ ସମର୍ଥନ ଜଣାଇଥିଲା। ୱାୟନାଡ ସହ ରାହୁଲଙ୍କ ଆଉ ଏକ ସମ୍ପର୍କ ଥିଲା ବୋଲି ଗତ ସାଧାରଣ ନିର୍ବାଚନ ବେଳେ ରାହୁଲ ପ୍ରଥମ ଥର ଜାଣିବାକୁ ପାଇଥିଲେ। ରାହୁଲଙ୍କ ନାଗରିକତା ନେଇ ଯେତେବେଳେ ବିଜେପି ନେତାମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସେତେବେଳେ ରାଜମ୍ମା ହିଁ ସାକ୍ଷୀ ହୋଇ ବାହାରିଥିଲେ ରାହୁଲଙ୍କ ପାଇଁ। ୧୯ଜୁନ ୧୦୭୦ରେ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କ ମଧ୍ୟରେ ମୁଁ ବି ଥିଲି ବୋଲି କହିଥିଲେ ରାଜମ୍ମା।

ରାହୁଲଙ୍କ ଜନ୍ମ ବେଳେ ହୋଲି ଫ୍ୟାମିଲି ହସ୍ପିଟାଲରେ ରାଜମ୍ମା ଜଣେ ଟ୍ରେନି ନର୍ସ ଥିଲେ। ସୋନିଆଙ୍କୁ ଲେବର ରୁମ ନିଆଯିବା ବେଳେ ସାଙ୍ଗରେ ରାଜମ୍ମା ଥିବା  ସହ ନବଜାତକୁ ପ୍ରଥମେ ସ୍ପର୍ଷ କରିଥିଲେ। ପରେ ପ୍ରଶିକ୍ଷଣ ସମାପ୍ତ କରି ରାଜମ୍ମା ସେନାରେ ଯୋଗଦେଇଥିଲେ। ଆଜି ରାହୁଲଙ୍କୁ ଭେଟିବା ବେଳେ ତାଙ୍କୁ କିଛି ମିଠାଇ ଓ ପଣସ ପ୍ରସ୍ତୁତ ଚିପ୍ସ ଉପହାର ଦେଇଛନ୍ତି ରାଜମ୍ମା। ତେବେ ରାହୁଲଙ୍କୁ ଭେଟିବା ପାଇଁ ରାଜମ୍ମା ଓ ତାଙ୍କ ପରିବାରକୁ ଦୀର୍ଘ ଅପେକ୍ଷା କରିବାକୁ ପଡିଥିଲା। ରାହୁଲ ବିଜୟ ପାଇଁ ୱାୟନାଡବାସୀଙ୍କୁ କୃତଜ୍ଞତା ଜଣାଇବାକୁ ଆସିଥିଲେ। ଏଥିରେ ରାଜମ୍ମାଙ୍କ ପରିବାର ପହଞ୍ଚିବା ରାହୁଲଙ୍କୁ ସାମାନ୍ୟ ବ୍ୟସ୍ତ କରିପକାଇଥିଲା। ହେଲେ ବି ଦୀର୍ଘ ଅପେକ୍ଷା ପରେ ରାହୁଲ ରାଜମ୍ମାଙ୍କ ସମେତ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଭେଟିଥିଲେ ଓ ସେମାନଙ୍କ ସହ ଫଟୋ ଉଠାଇଥିଲେ। ରାହୁଲ ପୁଣି ଥରେ କେବେ ଆସିଲେ ରାଜମ୍ମାଙ୍କୁ ନିଶ୍ଚେ ଭେଟିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

   Related Posts