Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଅବମାନନା ମାମଲା, ଗୁରୁବାର ଗୁଜୁରାଟର ଏକ କୋର୍ଟରେ ହାଜର ହୋଇପାରନ୍ତି ରାହୁଲ ଗାନ୍ଧୀ

23/06/2021 at 10:13 PM

ନୂଆଦିଲ୍ଲୀ ୨୩/୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଗୁଜୁରାଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହୋଇପାରନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଙ୍ଗିଆ (ସର୍‌ନେମ)କୁ ନେଇ ରାହୁଲ କରିଥିବା ଟିପ୍ପଣୀ ଉପରେ ଗୁଜୁରାଟର ଜଣେ ବିଧାୟକଙ୍କ ଦ୍ବାରା କରାଯାଇଥିବା ମାନହାନୀ ମକଦ୍ଦମାରେ ଅନ୍ତିମ ବୟାନ ରେକର୍ଡ ପାଇଁ ହାଜର ହେବେ। ସୁରତର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଏ.ଏନ୍‌ ଦେବ ଗୋଟିଏ ସପ୍ତାହ ପୂର୍ବରୁ ନିଜର ପକ୍ଷ ରକ୍ଷିବା ପାଇଁ ୨୪ ଜୁନ୍‌ରେ କୋର୍ଟରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ନିର୍ଦେଶ ଦେଇଥି​‌ଲେ। ଏନେଇ ସୁରତ କଂଗ୍ରେସର ଲ ସେଲ୍‌ ଏବଂ ଓକିଲ ଫିରୋଜ ଖାନ ବୁଧବାର ସୂଚନା ଦେଇଛନ୍ତି ।

ବିଧାୟକ ପୂର୍ଣ୍ଣେଶ ମୋଦୀ ଏପ୍ରିଲ ୨୦୧୯ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ। ସେ ଅଭିଯୋଗ କରିଥିଲେ,  ୨୦୧୯ରେ ଏକ ନିର୍ବାଚନୀ ରାଲିରେ ରାହୁଲ ଗାନ୍ଧୀ ସବୁ ଚୋରଙ୍କ ନାଁରେ ମୋଦୀ କାହିଁକି ଅଛି ବୋଲି କହି ମୋଦୀ ସମୁଦାୟକୁ ବଦନାମ କରିଛନ୍ତି। କର୍ଣ୍ଣାଟକର କୋଲାରରେ ୧୩ ଏପ୍ରିଲ୍‌ ୨୦୧୯ରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ, ନିରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀ… ସମସ୍ତଙ୍କ ନାଁରେ ମୋଦୀ ରହିଛି। ସବୁ ଚୋରଙ୍କ ନାଁରେ ମୋଦୀ କାହିଁକି ରହିଛି ବୋଲି ସେ କହିଥିଲେ। 

ଏହା ପୂର୍ବରୁ ମଧ୍ୟ ୨୦୧୯ ଅକ୍ଟୋବର ମାସରେ କୋର୍ଟରେ ହାଜର ହୋଇଥିଲେ ରାହୁଲ। କିନ୍ତୁ ସେ ତାଙ୍କର ମନ୍ତବ୍ୟରେ କୌଣସି ଭୁଲ୍ ନାହିଁ ବୋଲି କହିଥିଲେ। ସୁରତ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ସେତେବଳେ ନିଜ ପକ୍ଷ ରଖି ରାହୁଲ କହିଥିଲେ ଯେ ସେ ତାଙ୍କ ମନ୍ତବ୍ୟରେ କୌଣସି ଭୁଲ୍ କରିନାହାଁନ୍ତି। ସବୁ ଚୋର ମୋଦୀ ସାଙ୍ଗିଆ ନେଇ ଥାନ୍ତି ବୋଲି କହି ସେ କିଛି ଭୁଲ୍ କରି ନାହାଁନ୍ତି । ଏନେଇ କୋର୍ଟରେ କହିଥିଲେ ରାହୁଲ ଗାନ୍ଧୀ । 

ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚଭଦାଙ୍କ ସୂଚନା ଅନୁସାରେ, ରାହୁଲ ଆସନ୍ତାକାଲି ସକାଳ ୧୦ଟା ସୁରତରେ ପହଞ୍ଚିବେ। କୋର୍ଟରେ ସେ ତାଙ୍କର ପକ୍ଷ ରଖିସାରିବା ପରେ ୧୨.୩୦ରେ ଚାଲିଯିବେ। କୌଣସି ରାଜନୈତିକ ଆଲୋଚନା ପାଇଁ ନୁହେଁ ବରଂ  ମାମଲା ପାଇଁ ସେ ସୁରତ ଆସିବେ ବୋଲି ଗୁଜରାଟ କଂଗ୍ରେସ ସୂଚନା ଦେଇଛି ।

   Related Posts