ଦୁଇ ଦିନିଆ ଜାମ୍ମୁ ଗସ୍ତରେ ରାହୁଲ: ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ପଦଯାତ୍ରା

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯/୦୯ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦୁଇ ଦିନିଆ ଗସ୍ତରେ ଗୁରୁବାର ଦିନ ଜାମ୍ମୁରେ ପହଞ୍ଚିଛନ୍ତି। ସେ କଟରାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ପାଇଁ ଚାଲି ଚାଲି ବାହାରିଛନ୍ତି। ସେ ସନ୍ଧ୍ୟା ଆଳତୀରେ ସାମିଲ ହେବେ। ଶୁକ୍ରବାର ଦିନ ରାହୁଲ ଜାମ୍ମୁରେ ଦଳ ନେତା, କାର୍ଯ୍ୟକର୍ତ୍ତା, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ।

ଜାମ୍ମୁ କାଶ୍ମୀର କଂଗେସ କମିଟି ଅଧ୍ୟକ୍ଷ ଗୁଲାମ ଅହମଦ ମୀର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କର ପବିତ୍ର ମନ୍ଦିରରେ ସ୍ୱତନ୍ତ୍ର ଆସ୍ଥା ରହିଛି। ସେ ଅନେକ ବର୍ଷ ହେଲା ବୈଷ୍ଣୋ ଦେବୀ ମନ୍ଦିର ଯିବାକୁ ଚାହୁଁଥିଲେ। କିନ୍ତୁ ରାଜନୈତିକ ସ୍ଥିତି ଏମିତି ନଥିଲା ଯେ ସେ ଏଠାକୁ ଆସିବେ। ବର୍ତ୍ତମାନ ସ୍ଥିତି ଟିକେ ସୁଧୁରିବା ପରେ ସେ ଆସିଛନ୍ତି ବୋଲି ଗୁଲାମ କହିଛନ୍ତି।

{"id":508917,"sizeSlug":"full","linkDestination":"none"}

ଗୁଲାମ ମୀର କହିଛନ୍ତି, ଅନେକ ନେତା ମାତାଙ୍କ ପବିତ୍ର ମନ୍ଦିର ଯାଆନ୍ତି କିନ୍ତୁ ସେମାନେ ହେଲିକପ୍ଟର ଓ ଘୋଡାରେ ଯାଆନ୍ତି। କିନ୍ତୁ ରାହୁଲ ଗାନ୍ଧୀ କଟରୀରୁ ମନ୍ଦିର ଯାଏଁ ଚାଲି ଚାଲି ଯାଉଛନ୍ତି। ସେ ସେଠାରେ ପୂଜା କରିବେ ଓ ଆଳତୀରେ ସାମିଲ ହେବେ। ଆର ଦିନ ପୁଣି ଚାଲି ଚାଲି ତଳକୁ ଆସିବେ। ତାଙ୍କ ଯାତ୍ରାର ପ୍ରଥମ ଦିନ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ ହୋଇନାହିଁ।

କଂଗ୍ରେସ ନେତା କହିଛନ୍ତି ଯେ ଦୁଇ ଦିନିଆ ଗସ୍ତରେ ରାହୁଲ ଲଦାଖ ଯିବା ପାଇଁ ମଧ୍ୟ ଯୋଜନା କରୁଛନ୍ତି। ରାହୁଲ ସବୁ ଜିଲ୍ଲା ଗସ୍ତ କରିବାକୁ ଯୋଜନା କରୁଛନ୍ତି। ସେ ଲୋକଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ସମସ୍ୟା ବୁଝିବେ।

https://www.facebook.com/rahulgandhi/videos/1551696758503819

ଧାରା ୩୭୦ ହଟିବା ପରେ ରାହୁଲ ଗାନ୍ଧୀଙ୍କ ଏହା ଦ୍ୱିତୀୟ ଜାମ୍ମୁ କାଶ୍ମୀର ଯାତ୍ରା। ଏହା ପୂର୍ବରୁ ସେ ଅଗଷ୍ଟ ୯ ତାରିଖରେ ଜାମ୍ମୁ ଗସ୍ତରେ ଆସିଥିଲେ। ସେତେବେଳେ ସେ ଶ୍ରୀନଗରରେ ନୂଆ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ସେତେବେଳେ ସେ ଖୀର ଭବାନୀ ମନ୍ଦିର ଓ ହଜରତ ଦରଗାହ ମଧ୍ୟ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.