କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମାନସରୋବର ଯାତ୍ରାର ଫୋଟୋ ଭାଇରାଲ ; ୩୪ କି:ମି:ଚାଲିଲେ

Published By : Prameya-News7 Bureau | September 07, 2018 IST

ଦିଲ୍ଲୀ ୭/୯ : ସାମ୍ନାକୁ ଆସିଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମାନସରୋବର ଯାତ୍ରାର ଫୋଟୋ ଓ ଭିଡିଓ | ଅଗଷ୍ଟ ୩୧ ତାରିଖରୁ ରାହୁଲ ମାନସରୋବର ଯାତ୍ରା ଆରମ୍ଭ କରିଥିଲେ | ନେପାଳରୁ ଚୀନ ବାଟ ଦେଇ ରାହୁଲ ୧୨ ଦିନିଆ ମାନସରୋବର ଯାତ୍ରାରେ ବାହାରିଛନ୍ତି | କୈଳାଶ ମାନସରୋବର ଯିବା ରାସ୍ତାରେ ରାହୁଲ ଅନେକ ଶ୍ରଦ୍ଧାଳୁଙ୍କୁ ସହ ସମୟ ବିତାଇଛନ୍ତି | ଅନେକ ଶ୍ରଦ୍ଧାଳୁ ତାଙ୍କ ସହ ଫୋଟୋ ମଧ୍ୟ ଉଠାଇଛନ୍ତି | ଏହିସବୁ ଫୋଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି | କୈଳାସ ମାନସରୋବର ଯାତ୍ରା ବେଶ କଠିନ | ସେଥିପାଇଁ ଅନେକ ଶ୍ରଦ୍ଧାଳୁ ଖଚାର ବ୍ୟବହାର କରିଥାନ୍ତି | ତେବେ ଗତ ଗୁରୁବାର ୧୩ ଘଣ୍ଟା ଧରି ରାହୁଲ ଗାନ୍ଧୀ ପାହାଡ ଚଢ଼ିଛନ୍ତି | ୩୪ କି:ମି: ପଦଯାତ୍ରା କରିଛନ୍ତି | ଆଜି ଫେରିବା ବାଟରେ ରାହୁଲ କ୍ୟାମ୍ପରେ ଅଟକିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.