Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରତିଶ୍ରୁତି ଦେଇଥିଲେ ୨କୋଟି ନିଯୁକ୍ତିର, ୧୪କୋଟି ଲୋକଙ୍କ କାମ ଛଡେଇ ନେଲେ ମୋଦି ସରାକାର: ରାହୁଲ ଗାନ୍ଧି

9/08/2020 at 7:20 PM

ନୂଆଦିଲ୍ଲୀ ୯।୮ : ବେକାର ଯୁବକଙ୍କ ନିଯୁକ୍ତି ଦାବି କରିଛନ୍ତି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି। ଏଥିପାଇଁ ରବିବାର ଅନଲାଇନରେ ‘ରୋଜଗାର ଦୋ’ ଅଭିଯାନ ଆରମ୍ଭ କରିଥିବା ବେଳେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।  ରାହୁଲ କହିଛନ୍ତି ଯେ ସରକାର ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତିର ବିପରୀତରେ ଯାଉଛନ୍ତି। 

୯ ଅଗଷ୍ଟ କ୍ରାନ୍ତି ଦିବସରେ ରାହୁଲ ବେକାରକୁ ପ୍ରସଙ୍ଗ କରିଛନ୍ତି। ଏ ନେଇ ସେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଥିବା ବେଳେ ଏଥିରେ ସରକାର ଦେଶର ଯୁବକଙ୍କୁ ବହୁତ ବଡ ସ୍ୱପ୍ନ ଦେଖାଇଥିଲେ। କହିଥିଲେ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ, ହେଲେ ପ୍ରଧାନମନ୍ତ୍ରୀଙ୍କ ନୀତି ଏବେ ଦେଶରେ ୧୪ କୋଟି ଲୋକଙ୍କୁ ବେକାର କରିଦେଇଥିବା ଜଣାପଡିଛି।

ଏଥିପାଇଁ ରାହୁଲ ପ୍ରଧାନମନ୍ତ୍ରୀଙ୍କ ନୋଟ ବନ୍ଦୀ, ତ୍ରୁଟିପୂର୍ଣ୍ଣ ଜିଏସଟି ଓ କରୋନା ଲକଡାଉନକୁ ଦାୟି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଏହି ୩ଟି ଭୁଲ ନିଷ୍ପତ୍ତି ଦେଶର ଢାଞ୍ଚା, ଅର୍ଥନୈତିକ ଭିତ୍ତିଭୂମିକୁ ଧୂଳିସାତ କରିଦେଇଥିବା କହିଛନ୍ତି ରାହୁଲ। ଏହାର ଅର୍ଥ ହେଉଛି ଭାରତ ତାର ଯୁବକମାନଙ୍କୁ ରୋଜଗାର ଦେଇ ପାରିବ ନାହିଁ। ଏଣୁ ଯୁବ କଂଗ୍ରେସ ଏବେ ଆନ୍ଦୋଳନକୁ ଓହ୍ଲାଇଥିବା ରାହୁଲ କହିଛନ୍ତି।

ଏଣୁ ରାହୁଲ ଦେଶବାସୀଯୁବ କଂଗ୍ରେସ ଅଭିଯାନରେ ନିଜକୁ ସାମିଲ କରି ଦେଶର ଯୁବକଙ୍କ ଲାଗି ନିଯୁକ୍ତ ମାର୍ଗ ଉନ୍ମୁକ୍ତ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଦେଶରେ ଯଦି ରୋଜଗାରର ଅବସର ନ ରହିବ ତେବେ ଦେଶ ଆଗକୁ କିପରି ବଢିବ ବୋଲି ପଚାରିଛନ୍ତି ରାହୁଲ। ରୋଜଗାର ଦୋ ଅଭିଯୋନରେ ସାମିଲ ହୋଇ ଶ୍ୱର ଉତ୍ତୋଳନ କରନ୍ତୁ ବୋଲି ରାହୁଲ କହିଛନ୍ତି।

   Related Posts