ପ୍ରତିରକ୍ଷା କମିଟି ବୈଠକରେ ସାମିଲ ହେଲେ ରାହୁଲ, ଯବାନ ଓ ଅଧିକାରୀଙ୍କ ମଧ୍ୟରେ ଥିବା ଖାଦ୍ୟ ଅନ୍ତର ଉପରେ ଉଠାଇଲେ ପ୍ରଶ୍ନ

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଳୀ ୧୧/୦୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ସ୍ଥାୟୀ ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରେ ଯୋଗ ଦେଇଛନ୍ତି। ଲଦାଖ ବର୍ଡରରେ ଚୀନ ନୀତିକୁ ନେଇ ଭାରତ ସରକାରଙ୍କ ମୁଖ୍ୟ ସମାଲୋଚକ ଭାବେ ପରିଚିତ ରାହୁଲ ସମିତିର କୌଣସି ବୈଠକରେ ସାମିଲ ହୋଇନଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରୀ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏଲଏସିକୁ ନେଇ ଆଲୋଚନା ପରେ ପ୍ରତିରକ୍ଷା କମିଟି ବୈଠକରେ ଭାଗ ନେବାକୁ ସ୍ଥିର କରିଥିଲେ ରାହୁଲ ଗାନ୍ଧି।

ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରେ ସିଡିଏସ୍‌ ବିପିନ ରାଓ୍ବତ ସାମିଲ ହୋଇଥିଲେ। ଆଜିର ଏହି ବୈଠକରେ ସୁରକ୍ଷା ବଳ ଓ ବିଶେଷ ଭାବେ ରାସନ ସାମଗ୍ରୀର ଗୁଣବତ୍ତାକୁ ନେଇ ଚର୍ଚ୍ଚା ହେବାର ଥିଲା। କିନ୍ତୁ ଏହା ବ୍ୟତୀତ କିଛି ସଦସ୍ୟ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉପୁଜିଥିବା ଉତ୍ତେଜନାମୂଳକ ପରିସ୍ଥିତ ପ୍ରସଙ୍ଗ ଉତ୍ଥାପନ କରିଥିଲେ।

ସେପଟେ ରାହୁଲ ଗାନ୍ଧି ସୀମାରେ ଯବାନ ଓ ଅଧିକାରୀଙ୍କ ମଧ୍ୟରେ ଖାଦ୍ୟର ଅନ୍ତର କାହିଁକି ହେଉଛି ବୋଲି ପ୍ରଶ୍ନ କରିଥିଲେ। ତେଜପ୍ରତାପ ବାହଦୁରଙ୍କ ପ୍ରସଙ୍ଗ ଉଠାଇ ପୂର୍ବରୁ ବହୁ ଯବାନ ଖାଦ୍ୟକୁ ନେଇ ପ୍ରଶ୍ନ କରିଥିଲେ ବୋଲି କହିଥିଲେ ରାହୁଲ। କିନ୍ତୁ ସରକାର ସହ ସମ୍ପୃକ୍ତ କିଛି ସଦସ୍ୟ ଗ୍ରାମୀଣ ପୃଷ୍ଠଭୂମି କାରଣରୁ ଖାଦ୍ୟର ଅନ୍ତର ହେଉଥିବା କହି ପ୍ରସଙ୍ଗକୁ ଚାପି ଦେଇଥିଲେ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି ରାହୁଲ ଗାନ୍ଧି।

ପ୍ରତିରକ୍ଷା କମିଟି ବୈଠକ ପରେ ଟ୍ବିଟି କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲଙ୍କ ମତରେ ପ୍ରଧାନମନ୍ତ୍ରୀ ଓ ଭାରତ ସରକାର ଚୀନକୁ ପଛକୁ ହଟାଇବା ପାଇଁ ଉଦ୍ୟମ କରିବା କଥାକୁ ମାନିବାକୁ ନାରାଜ । ତେବେ​‌ ଏହି ସମୟରେ ଅନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ବେକାର ବୋଲି ଲେଖିଛନ୍ତି ରାହୁଲ ଗାନ୍ଧୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.