Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ବାସ୍ତବିକ ଭୁଲ ଥିଲା ଜରୁରିକାଳୀନ ପରିସ୍ଥିତି: ରାହୁଲ ଗାନ୍ଧି

3/03/2021 at 5:08 PM

ନୂଆଦିଲ୍ଲୀ ୩।୩: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜାରି କରିଥିବା ଜରୁରିକାଳୀନ ପରିସ୍ଥିତି ଏକ ‘ଭୁଲ’ ଥିଲା। ସେ ସମୟରେ ଯାହା ସବୁ ହୋଇଥିଲା ତାହା ମଧ୍ୟ ଭୁଲ ଥିଲା। ହେଲେ ବର୍ତ୍ତମାନ ସମୟ ଭଳି ନଥିଲା।  ଏହା କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି।  ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା ତଥା କରନେଲ ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ରୀ କୌଶିକ ବସୁଙ୍କ ସହ ଆଲୋଚନାରେ ରାହୁଲ ଏହା କହିଛନ୍ତି।

ରାହୁଲ କହିଛନ୍ତି ଯେ ଦେଶର ସ୍ୱାଧୀନତା ଲାଗି କଂଗ୍ରେସ ସଂଗ୍ରାମ କରିଥିଲା, ଦେଶକୁ ସମ୍ବିଧାନ ଦେଇଥିଲା ଓ ସମାନତା ସପକ୍ଷରେ ଦଳ ଛିଡା ହୋଇଥିଲା। ତେବେ ଜରୁରିକାଳୀନ ପରିସ୍ଥିତି ସମ୍ପର୍କରେ ପଚରା ଯିବାରୁ ତାହା ଏକ ଭୁଲ ଥିଲା  ଓ ମୋ ଜେଜି ମଧ୍ୟ ଏହା ବାସ୍ତବିକ ଭୁଲ ଥିଲା ବୋଲି କହିଥିବା ରାହୁଲ କହିଛନ୍ତି।

ତେବେ ଜରୁରିକାଳୀନ ପରିସ୍ଥିତି ଶେଷରେ ଇନ୍ଦିରା ଦେଶରେ ନିର୍ବାଚନ କରାଇଥିଲେ। ଏ ବାବଦର ପ୍ରଣବ ମୁଖାର୍ଜୀ ବସୁଙ୍କୁ କହିଥିଲେ ଯେ ସେ ଏପରି ଏଥିପାଇଁ କରିଥିଲେ କାରଣ ସେ ହାରିଯିବେ ବୋଲି ଡରୁଥିଲେ। ତେବେ ଜରୁରିକାଳୀନ ପରିସ୍ଥିତିରେ ଯାହାବି ହୋଇଥିଲା ତାହା ଭୁଲ ହୋଇଥିଲେ ବି ସେତେବେଳ ଓ ଏବେକା ପରିସ୍ଥିତିରେ ଆକାଶ ପାତାଳ ଫରକ ବୋଲି ରାହୁଲ ଗାନ୍ଧି କହିଛନ୍ତି। କାରଣ ଏବେ ବିଜେପି ଯେପରି  ଦେଶର ଇନିଷ୍ଟିଚ୍ୟୁସନାଲ ଫ୍ରେମ ୱାର୍କ  ହାତେଇବାକୁ ଉଦ୍ୟମ କରୁଛି ସେତେବେଳେ କଂଗ୍ରେସ ସେପରି କିଛି ଚାହିଁ ନଥିଲା।  ସେହିପରି ପିତା ରାଜୀବଙ୍କ ହତ୍ୟା ନେଇ ମଧ୍ୟ ରାହୁଲ କହିଛନ୍ତି।

ସେ କହିଛନ୍ତି ଯେ ପିତାଙ୍କ ହତ୍ୟା ଆଶଙ୍କା ଅନେକ ପୂର୍ବରୁ କରାଯାଉଥିଲା। ପିତାଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କୁ ଫୋନରେ ସୂଚିତ କରାଯାଇଥିଲା ବୋଲି ରାହୁଲ କହିଛନ୍ତି। ପିତାଙ୍କ ହତ୍ୟା ହୋଇଥିବାର ତାଙ୍କୁ ଯେତେବେଳେ କୁହା ଗଲା ସେତେବେ ‘ଏହା ତେବେ ହୋଇଗଲା’ ବୋଲି ସେ କହିଥିଲେ। ଏହା ଅତ୍ୟନ୍ତ ହୃଦୟ ବିଦାରକ ଓ ଯନ୍ତ୍ରଣା ଦାୟକ, ତଥାପି ହିଂସାକୁ ନେଇ ଅନ୍ୟ ପ୍ରସଙ୍ଗରେ ଏହା ମୋର ଦୃଷ୍ଟିଭଙ୍ଗି ବଦଳାଇଥିବା ରାହୁଲ କହିଛନ୍ତି। ପିତାଙ୍କ ହତ୍ୟାକାରୀ ପରଭାକରନ (ଏଲଟିଟିଇ ନେତା) ର ମୃତ୍ୟୁ ଦେଖି ବହୁତ ଖରାପ ଲାଗିଥିଲା। ଏମିତି ଲାଗିଥିଲା ଇଏ ମଧ୍ୟ କହାର ପିତା ହୋଇଥିବ, ଫୋନରେ ପ୍ରିୟଙ୍କାଙ୍କ ସହ କଥା ହୋଇଥିଲି। ସେ ମଧ୍ୟ ସେଇଆ କହିଥିଲେ ‘ତୁମ ଭଳି ମୋତେ ମଧ୍ୟ ଭଲ ଲାଗୁ ନାହିଁ’ ବୋଲି ରାହୁଲ କହିଛନ୍ତି।  

   Related Posts