Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

କେରଳରେ ମାଛ ଧରାଳିଙ୍କ ସହ ସମୁଦ୍ରରେ ପହଁରିଲେ ରାହୁଲ, ଖାଇଲେ ମାଛ ତରକାରୀ

25/02/2021 at 11:59 AM

କୋଲ୍ଲମ ୨୫/୦୨ : କେରଳରେ ଚଳିତ ବର୍ଷ ନିର୍ବାଚନ ହେବାରଅଛି। ଏଥିପାଇଁ ସବୁ ରାଜନୈତିକ ଦଳ ବିଜୟ ସୁନିଶ୍ଚିତ କରିବାକୁ ଅଂଟା ଭଡ଼ିଛନ୍ତି। କେରଳରେ ୱାୟନାଡ ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ବୁଧବାର କେରଳ ଯାତ୍ରା କରିଥିଲେ। କେରଳ କୋଲ୍ଲମରେ ସେ ଏକ ଜନସଭା କରିଛନ୍ତି। ଜନସଭା ପରେ ସେ ମାଛ ଧରାଳିଙ୍କ ସହ ସାକ୍ଷାତ କରିଥିଲେ ଓ ତାଙ୍କ ଜୀବନଶୈଳୀ ସମ୍ପର୍କରେ କଥାବାର୍ତ୍ତା କରିଥିଲେ।

ମାଛ ଧରାଳିଙ୍କ ଜୀବନକୁ ଭଲ ଭାବେ ବୁଝିବାକୁ ସେ ତାଙ୍କ ସହ ଡଙ୍ଗାରେ ବସି ସମୁଦ୍ର ଗଲେ ଓ ମାଛ ଧରିବାକୁ ଜାଲ ପକାଇଥିଲେ। ଅନ୍ୟ ମାଛ ଧରାଳିଙ୍କ ସହ ମିଶି ସେ ବି ପ୍ରାୟ ୧୦ ମିନିଟ ସମୁଦ୍ରରେ ପହଁରିଥିଲେ। ଗଭୀର ସମୁଦ୍ରରେ ରାହୁଲ ଗାନ୍ଧୀଙ୍କୁ ପହଁରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ମାଛ ଧରାଳି ଉତ୍ସାହିତ ହୋଇଯାଇଥିଲେ।

କଂଗ୍ରେସର ଜଣେ ପଦାଧିକାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କୁ ନ ଜଣାଇ ପାଣି ଭିତରକୁ ଓହ୍ଲେଇ ପଡ଼ିଥିଲେ। ତାଙ୍କୁ ଦେଖି ସେମାନେ ଆଚମ୍ବିତ ହୋଇଯାଇଥିଲେ। କିନ୍ତୁ ରାହୁଲ ବହୁତ ଖୁସି ଥିଲେ। ସେ ପ୍ରାୟ ୧୦ ମିନିଟ ପାଣି ଭିତରେ ରହିଲେ। ସେ ଜଣେ ପହରନ୍ତି ବୋଲି ସେ କହିଛନ୍ତି। ଡଙ୍ଗାରେ ୨୩ଜଣ ମାଛ ଧରାଳି ଥିଲେ।

ରାହୁଲଙ୍କ ସହ ଅଖିଳ ଭାରତୀୟ କଂଗ୍ରେସ ସମିତି ମହାସଚିବ କେସି ବେଣୁଗୋପାଳ ଏବଂ ଟିଏନ ପ୍ରତାପନ ସହିତ ଦଳର ଆଉ ୪ ନେତା ଥିଲେ। ମାଛ ଧରାଳି ରାହୁଲଙ୍କୁ ବ୍ରେଡ ଓ ମାଛ ତରକାରୀ ଖାଇବାକୁ ଦେଇଥିଲେ। ଏହା ସେମାନେ ଡଙ୍ଗାରେ ହିଁ ରାନ୍ଧିଥିଲେ।

ରାହୁଲ ଗାନ୍ଧୀ ସମୁଦ୍ର ଭିତରେ ପାଖାପାଖି ଅଢେଇ ଘଣ୍ଟା ବିତାଇଥିଲେ। ମାଛ ଧରାଳି ରାନ୍ଧିଥିବା ମାଛ ତରକାରୀ ସେ ବହୁତ ଖୁସିର ସହ ଖାଇଥିଲେ। ସେ ମାଛ ଧରାଳିଙ୍କ ସମସ୍ୟା ମଧ୍ୟ ପଚାରି ବୁଝିଥିଲେ।

   Related Posts