Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଓଡିଶାରେ ରାହୁଲ : ସେପଟେ ରବର୍ଟ ଭଦ୍ରାଙ୍କୁ ଇଡିର ଜେରା, ପ୍ରୟଙ୍କା ଓ ଜ୍ୟୋତିରାଦିତ୍ୟ ନେଲେ ଦାୟିତ୍ବ

6/02/2019 at 7:02 PM

ନୂଆଦିଲ୍ଲୀ ୬|୨: କୋଲକାତାରେ ନାଟ ସରିବା ପରେ ଏବେ ସାରା ଦେଶର ଫୋକସ୍ ଦିଲ୍ଲୀ ଉପରେ କେନ୍ଦ୍ରୀଭୂତ ହୋଇଛି । କାହିଁକି ନା ଦିଲ୍ଲୀରେ ଆଜି ଦେଖିବାକୁ ମିଳିଛି ଡବଲ୍ ହେଡ୍‌ର । ମାନେ ଗୋଟିଏ ପଟେ ସୋନିଆ ଗାନ୍ଧିଙ୍କ ଜ୍ବାଇଁ ରବର୍ଟ ଭଦ୍ରା ଇଡିରେ ହାଜର ହୋଇଛନ୍ତି ଅନ୍ୟ ପଟେ ଚେୟାରରେ ବସିଛନ୍ତି ଇଷ୍ଟର୍ଣ୍ଣ ୟୁପି କମାଣ୍ଡର ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ।

କେନ୍ଦ୍ରୀୟ ଦିଲ୍ଲୀର ଜାମନଗର ଇଡି ଅଫିସରେ ହାଜର ହେଲେ ରବର୍ଟ ଭଦ୍ରା। ସାଥୀରେ ଅଛନ୍ତି ପତ୍ନୀ ପ୍ରିୟଙ୍କା ଗାନ୍ଧି ଭଦ୍ରା । ମନି ଲଣ୍ଡ୍ରିଙ୍ଗ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନର ଉତ୍ତର ଦେବା ପାଇଁ  ଭଦ୍ରାଙ୍କୁ ଡକାଯାଇଛି । ତିନିଟି ପର୍ଯ୍ୟାୟରେ ତାଙ୍କୁ ଜେରା କରିଛି ଇଡିର ୩ ଜଣିଆ ଟିମ୍ ।

  1. ପ୍ରଥମରେ ମନୋଜ ଅରୋରା, ସୁମିତ ଚଢା, ସଞ୍ଜୟ ଭଣ୍ଡାରୀ ଓ ସି, ଥମ୍ପିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଘାଣ୍ଟିଥିଲା ଇଡି
  2. ସେହିପରି ଲଣ୍ଡନରେ ଥିବା ତାଙ୍କର ସମ୍ପତ୍ତି ନେଇ ଦ୍ବିତୀୟ ପର୍ଯ୍ୟାୟରେ ପଚରାଉଚୁରା ହୋଇଥିଲା
  3. ଶେଷରେ ପ୍ରତିରକ୍ଷା ଓ ପେଟ୍ରୋଲିୟମ ମନ୍ତ୍ରାଳୟର କେତେକ ମାମଲାରେ ମଧ୍ୟସ୍ଥି ଥିବା ନେଇ ଇଡି ଟିମ୍ ଭଦ୍ରାଙ୍କୁ ପ୍ରଶ୍ନ କରିଛି

୨୦୦୫ରୁ ୧୦ ମଧ୍ୟରେ  ଭଦ୍ରା ଏହି ସବୁ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଆଉ ଏପଟେ ମୌକା ଦେଖି ଚୌକା ମାରିବା ପରି ବେଳ ଦେଖି କଂଗ୍ରେସ ଉପରେ ହମଲା କରିଛି ବିଜେପି । କିଛି ତଥ୍ୟ ସହିତ ବର୍ଷିଥିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର।  ଯାହାର ଜବାବ ରଖିଛନ୍ତି ଭଦ୍ରାଙ୍କ ସହଯୋଗୀ ।

ଏପଟେ ଗତକାଲି ବୋର୍ଡ ଲାଗିବା ପରେ ଆଜି କଂଗ୍ରେସ ହେଡକ୍ବାର୍ଟରରେ ଦାୟିତ୍ବ ନେଇଛନ୍ତି ମହାସଚିବ ପ୍ରିୟଙ୍କା । ପାଖାପାଖି ଅଧଘଣ୍ଟା କାଳ ଅଫିସରେ ରହିବା ସହ କାର୍ଯ୍ୟକର୍ତ୍ତାଙ୍କ ସହ ଖୋଲାଖୋଲି ଆଲୋଚନା କରିଛନ୍ତି ଇଷ୍ଟର୍ଣ୍ଣ ୟୁପି କମାଣ୍ଡର । ସେହିପରି ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନେଇଛନ୍ତି ଦାୟିତ୍ବ।  ପୂର୍ବରୁ ଗତକାଲି ଭାଇ ରାହୁଲଙ୍କ ସହ ମଧ୍ୟ ବୈଠକ କରିଥିଲେ ପ୍ରିୟଙ୍କା । ଆଉ ପ୍ରିୟଙ୍କା ଚାର୍ଜ ନେବା ପରେ ଏ ହେଉଛି ଦଳୀୟ କର୍ମକର୍ତ୍ତାଙ୍କ ଜୋଶ ।

ଏପଟେ ଓଡ଼ିଶା ଗସ୍ତରେ ଆସି ଗର୍ଜିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ସେପଟେ ପ୍ରିୟଙ୍କା ଓ ରବର୍ଟ ଭଦ୍ରାଙ୍କ ଖବର । ମୋଟାମୋଟି ଗାନ୍ଧି ପରିବାରକୁ ନେଇ ହିଁ ଆଜି ଦୁଲଦୁଲ୍ ହୋଇଛି ପୂରା ଦେଶର ରାଜନୀତି । ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ସେଭେନ୍ ।

   Related Posts