Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ରାହୁଲ ଗାନ୍ଧିଙ୍କ ଇସ୍ତଫା ଖବରକୁ ଖାରଜ କଲେ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେବାଲା

25/05/2019 at 2:32 PM

ନୂଆଦିଲ୍ଲୀ ୨୫/୫ : ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ଯୋଗୁଁ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ଚାହୁଁଛନ୍ତି । କିନ୍ତୁ କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ଏହାକୁ ଅସ୍ୱୀକାର କରିଦିଆଯାଇଛି । କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେବାଲା ରାହୁଲ ଗାନ୍ଧିଙ୍କ ତରଫରୁ ଇସ୍ତଫା ଖବରକୁ ଖାରଜ କରିଛନ୍ତି । ସେ ଏହି ଖବରକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ଦେଶରେ କଂଗ୍ରେସର ଖରାପ ପ୍ରଦର୍ଶନ କାରଣ ଯୋଗୁଁ ମନ୍ତ୍ରଣା ପାଇଁ କଂଗ୍ରେସ କାର୍ଯ୍ୟକାରୀ ସମିତିର ଆଜି ବୈଠକ ବସିଛି ।

ବୈଠକରେ କଂଗ୍ରେସ ସମ୍ନାରେ ସବୁଠାରୁ ବଡ ଚେତାବନୀ ହେଲା, କର୍ଣାଟକ ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟରେ ନିଜ ସରକାରକୁ ବଞ୍ଚାଇ ରଖିବା । ଏହି ରାଜ୍ୟମାନଙ୍କରେ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି ।

ସୂତ୍ର ଅନୁଯାୟୀ, କଂଗ୍ରେସର କାର୍ଯ୍ୟକାରୀ ସମିତି ବୈଠକରେ ହରିୟାଣା, ଝାରଖଣ୍ଡ, ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ । ସିଡବ୍ଲୁସିର ୨୩ ସଦସ୍ୟଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ କେବଳ ୪ଜଣ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଗୌରବ ଗୋଗୋଇ ଓ ଏ.ଚେଲ୍ଲା ଜିତିଛନ୍ତି । ଲୋକସଭା ନିର୍ବାଚନରେ ହାରିଥିବା ଅନ୍ୟ ୧୨ ଜଣ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ନେତା ମଲିକାର୍ଜୁନ ଖଡଗେ, ହରିଶ ରାୱତ, ଶୀଲା ଦିକ୍ଷିତ, ମୀରା କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରଘୁବୀର ସିଂହ ମୀନା, ଜିତିନ ପର୍ସାଦ, ଦିପେନ୍ଦର ହୁଡ୍ଡା, ସୁଷ୍ମିତା ଦେବ, କେ.ଏଚ. ମୁନିୟପ୍ପା ଏବଂ ଅରୁଣ ୟାଦବ ।

   Related Posts