Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଲୋକସଭାରେ ପ୍ରାଣ ହରାଇଥିବା କୃଷକଙ୍କ ତାଲିକା ରଖିଲେ ରାହୁଲ ଗାନ୍ଧି, କହିଲେ କେବଳ ପଞ୍ଜାବର ୫୦୦ ଚାଷୀଙ୍କୁ ମିଳିଛି କ୍ଷତିପୂରଣ

7/12/2021 at 2:16 PM

ନୂଆଦିଲ୍ଲୀ ୦୭/୧୨: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲୋକସଭାରେ କୃଷି ଆନ୍ଦୋଳନ ସମୟରେ ଚାଷୀଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି । ଏହାସହ ସେମାନଙ୍କ ପରିବାରକୁ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି । କୃଷି ନିୟମ ବିରୋଧରେ ଆନ୍ଦୋଳନ ସମୟରେ ପ୍ରାୟ ୭୦୦ ଚାଷୀଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ଚାଷୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତାଙ୍କ ତରଫରୁ ଏକ ଭୁଲ କରାଯାଇଥିବା ସେ ମଧ୍ୟ ସ୍ୱୀକାର କରିଛନ୍ତି ।

ରାହୁଲ ଗାନ୍ଧି ଲୋକସଭାରେ କୃଷକଙ୍କ ଆନ୍ଦୋଳନ ବିଷୟରେ କହିଥିବା ବେଳେ କହିଛନ୍ତି, ‘ନଭେମ୍ବର ୩୦ ରେ କୃଷି ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ଏହି ଆନ୍ଦୋଳନରେ କେତେ ଚାଷୀଙ୍କର ମୃତ୍ୟୁ ହୋଇଛି ? ଏହାର ଜବାବରେ ସେ କହିଛନ୍ତି ଯେ ମୋ ପାଖରେ ଏ ବିଷୟରେ କୌଣସି ତଥ୍ୟ ନାହିଁ । ରାହୁଲ ଗାନ୍ଧି କହିଛନ୍ତି ଯେ ଯଦି ସରକାରଙ୍କର କୌଣସି ସୂଚନା ନାହିଁ, ତେବେ ତାଲିକା ଆମଠାରୁ ନିଅନ୍ତୁ । ଗୃହରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସମ୍ପୂର୍ଣ୍ଣ ତାଲିକା ମୁଁ ରଖୁଛି ।

ରାହୁଲ ଗାନ୍ଧି କହିଛନ୍ତି, ‘ପଞ୍ଜାବ ସରକାର ୪୦୦ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ୧୫୨ ଚାଷୀଙ୍କ ପରିବାରକୁ ସରକାରୀ ଚାକିରୀ ମଧ୍ୟ ଦିଆଯାଇଛି । ମୋ ପାଖରେ ସମ୍ପୂର୍ଣ୍ଣ ତାଲିକା ଅଛି । ରାହୁଲ ଗାନ୍ଧି ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ । ଲୋକସଭା ଟେବୁଲରେ ପ୍ରାୟ ୫୦୦ ଚାଷୀଙ୍କ ତାଲିକା ମଧ୍ୟ ରଖିଥିଲେ । ଚାଷୀଙ୍କ ଆନ୍ଦୋଳନ ସମୟରେ ଏମାନେ ପ୍ରାଣ ହରାଇଥିଲେ ବୋଲି ଦାବି କରିଥିଲେ । ସେ କହିଛନ୍ତି, “ସମଗ୍ର ଦେଶ ଜାଣେ ଯେ କୃଷକ ଆନ୍ଦୋଳନରେ ପ୍ରାୟ ୭୦୦ କୃଷକ ପ୍ରାଣ ହରାଇଛନ୍ତି ।

   Related Posts