ରାଜୀବ ଗାନ୍ଧୀଙ୍କ ପୂଣ୍ୟତିଥିରେ ଭାବୁକ ହେଲେ ରାହୁଲ ଗାନ୍ଧୀ, ବାପାଙ୍କୁ ମନେପକାଇ କହିଲେ ଏମିତି କଥା

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ ୨୧।୫: ଆଜିର ଦିନରେ ଦେଶର ରାଜନୈତିକ ଇତିହାସରେ ଏକ ବଡ ଦୁର୍ଘଟଣା ଘଟିଥିଲା । ଆଜିକୁ ଠିକ୍ ୩୧ ବର୍ଷ ପୂର୍ବେ ତାମିଲନାଡୁରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଆଜି କଂଗ୍ରେସ ଦଳ ସମେତ ସାରା ଦେଶ ତାଙ୍କୁ ମନେପକାଉଛି । ଏହି ଅବସରରେ ତାଙ୍କ ପୁଅ ରାହୁଲ ଗାନ୍ଧୀ ବାପାଙ୍କୁ ମନେପକାଇ ନିଜ ମନ କଥା ସେୟାର କରିଛନ୍ତି ।

ରାଜୀବ ଗାନ୍ଧୀଙ୍କ ୩୧ତମ ପୂଣ୍ୟତିଥିରେ କଂଗ୍ରେସ ନେତା ଏବଂ କେରଳର ଓ୍ବାୟନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀ ଟ୍ବିଟ୍ କରି ନିଜ ବାପାଙ୍କୁ ମନେପକାଇଛନ୍ତି । ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ‘ମୋ ବାପା ଦୂରଦର୍ଶୀ ନେତା ଥିଲେ । ଯାହାଙ୍କ ନୀତି ଆଧୁନିକ ଭାରତକୁ ଆକାର ଦେବାରେ ସାହାଯ୍ୟ କରିଥିଲା । ସେ ଜଣେ ଦୟାଳୁ ଏବଂ ଉଦାର ବ୍ୟକ୍ତିତ୍ବ ଥିଲେ । ସେ ମୋ ପାଇଁ ଏବଂ ପ୍ରିୟଙ୍କା ପାଇଁ ଜଣେ ଅଦ୍ଭୁଦ ପିତା ଥିଲେ । ଯିଏ ଆମକୁ କ୍ଷମା ଏବଂ ସହାନୁଭୂତିର ମୂଲ୍ୟ କ’ଣ ଶିଖାଇଥିଲେ । ମୁଁ ତାଙ୍କୁ ବହୁତ ମନେ ପକାଉଛି… ’

wp:html /wp:html

ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ଥିବା ରାଜୀବ ଗାନ୍ଧୀଙ୍କ ହତ୍ୟା ୧୯୯୧ ମସିହା ମେ’ ୨୧ରେ ଏକ ଆତଙ୍କବାଦୀ ଆକ୍ରମଣରେ ହୋଇଥିଲା । କିନ୍ତୁ ତାର ୫ ବର୍ଷ ପୂର୍ବେ ଆମେରିକା ଗୁଇନ୍ଦା ଏଜେନ୍ସୀ ସିଆଇଏ ଏକ ରିପୋର୍ଟରେ ତାଙ୍କ ଉପରେ ଆକ୍ରମଣ ହେବା, ହତ୍ୟା ଷଡଯନ୍ତ୍ର ହେବା ନେଇ ଆଶଙ୍କା କରିଥିଲା । ଏହାପରେ ରାଜୀବ ଗାନ୍ଧୀ ୧୯୮୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବ ଗାନ୍ଧୀ ଭାରତର ସବୁଠୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ଥିଲେ ଏବଂ ବୋଧହୁଏ ସେହି ଯୁବ ରାଜନେତାମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ସରକାରର ନେତୃତ୍ବ ନେଇଥିଲେ ।

୧୯୯୧ ମସିହାର ଏହି ଘଟଣା ସାରା ଦେଶକୁ ଚକିତ କରିଦେଇଥିଲା । ଏଲଟିଟିଇ ଉଗ୍ରବାଦୀମାନେ ଶ୍ରୀଲଙ୍କାରେ ଶାନ୍ତି ସେନା ପଠାଇବାକୁ ନେଇ କ୍ଷୁବ୍ଧ ହୋଇ ତାମିଲ ବିଦ୍ରୋହୀମାନେ ତାମିଲନାଡୁ ସ୍ପିପେରୁମ୍ବୁଦୁରରେ ରାଜୀବ ଗାନ୍ଧୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଯେଉଁଥିପାଇଁ ସେମାନେ ଜଣେ ମହିଳାଙ୍କୁ ବ୍ୟବହାର କରିଥିଲେ ।

ସେହି ସମୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ରାଜୀବ ଗାନ୍ଧୀଙ୍କ ନିକଟକୁ ଜଣେ ମହିଳା ଫୁଲ ମାଳ ନେଇ ପହଞ୍ଚିଥିଲେ । ଯିଏକି ରାଜୀବ ଗାନ୍ଧୀଙ୍କ ଅତି ନିକଟକୁ ଯାଇ ନିଜକୁ ବମ୍ ଦ୍ବାରା ଉଡାଇଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ଉପସ୍ଥିତ ଥିବା ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.