Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆତଙ୍କବାଦୀ ମସୁଦ ଆଝାରକୁ ‘ଜୀ’ କହି ସମ୍ବୋଧନ କଲେ ରାହୁଲ : ପ୍ରତିଆକ୍ରମଣ କଲା ବିଜେପି

11/03/2019 at 8:07 PM

ଦିଲ୍ଲୀ ୧୧/୩ : ପୁଲୱାମା ହମଲାକୁ ନେଇ ମୋଦି ସରକାରଙ୍କୁ ଘେରିବା ଚକ୍କରରେ ରାହୁଲ ଗାନ୍ଧୀ ପୁଣି ବିଫଳ ହୋଇଛନ୍ତି | ବିଜେପିକୁ ଟାର୍ଗେଟ କରୁଥିବାବେଳେ ପୁଣି କଂଗ୍ରେସକୁ ଆକ୍ଷେପ କରିବାକୁ ବିଜେପିକୁ ମଉକା ଦେଇଛନ୍ତି ରାହୁଲ | ଦିଲ୍ଲୀରେ ଏକ ବୁଥ ଅଧ୍ୟକ୍ଷଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ ରାହୁଲ | ଏହି ଅବସରରେ ଜୈସ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାରକୁ ‘ଜୀ’ କହି ସମ୍ବୋଧନ କରିଥିଲେ ରାହୁଲ | ରାହୁଲଙ୍କ ସମ୍ବୋଧନ ପରେ ବିଜେପି ରାହୁଲଙ୍କ ବୟାନକୁ ତୁରନ୍ତ ଟ୍ୱିଟର ପେଜରେ ସେୟାର କରିଥିଲା |


ଏନଏସଏ ଅଜିତ ଡୋଭାଲଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ, ପୁଲୱାମା ହମଲାରେ ୪୫ ସିଆରପିଏଫ ଯବାନ ସହିଦ ହୋଇଗଲେ | ସିଆରପିଏଫ ବସକୁ କିଏ ହମଲା କରିଥିଲା | ଜୈସ ମୁଖ୍ୟ ମସୁଦ ଆଝାର ? ଆପଣଙ୍କର ମନେଥିବ, ଇଏ ସେହି ମସୁଦ ଆଝାର ଯାହାକୁ ୫୬ ଇଞ୍ଚ ଛାତିଵାଲାଙ୍କର ସେବେକାର ସରକାର ଏୟାରକ୍ରାଫ୍ଟରେ ବସାଇ କାନ୍ଦାହାରରେ ଛାଡି ଆସିଥିଲେ |


ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ଚୋର ଚୌକିଦାର ବୋଲି କହି ତୀର ମାରିଥିଲେ | ସେ କହିଥିଲେ ୫ ବର୍ଷ ପୂର୍ବରୁ ଦେଶକୁ ଚୌକିଦାର ଆସିଥିଲା | କହିଥିଲା ଦୁର୍ନୀତି ବିରୋଧରେ ଲଢ଼ିବାକୁ ଆସିଛି | ୫୬ ଇଞ୍ଚର ଛାତି ଅଛି ମୋର | ମୋଦି ନାରା କେବଳ ତାଙ୍କ ଲୋକ ଲଗାନ୍ତି | କଂଗ୍ରେସ ମୁକ୍ତ ଭାରତର କଥା କହୁଛନ୍ତି ମୋଦି | ମେକ ଇନ ଇଣ୍ଡିଆ କଥା କହୁଥିବା ମୋଦି ନିଜେ, ଚୀନର ସାର୍ଟ, ଜୋତା, ମୋବାଇଲ ଫୋନ ବ୍ୟବହାର କରୁଛନ୍ତି |


ଆତଙ୍କବାଦୀ ମସୁଦ ଆଝାରକୁ ରାହୁଲ ଗାନ୍ଧୀ ‘ଜୀ’ କହି ସମ୍ବୋଧିତ କରିବ ପରେ ବିଜେପି ତାଙ୍କୁ ପ୍ରତିଆକ୍ରମଣ କରିଛି | କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟ କରି କହିଛନ୍ତି, “କମ ଅନ ରାହୁଲ ଜୀ ! ପୂର୍ବରୁ ଏହା ଦିଗବିଜୟ ସିଂହଙ୍କ ପସନ୍ଦ ଥିଲା, ଯାହାକୁ ସେ ‘ଓସାମା ଜୀ’ ଏବଂ ‘ହାଫିଜ ସଇଦ ଶାହବ’ କହୁଥିଲେ | ଏବେ ଆପଣ ମହୁଚନ୍ତି ‘ମସୁଦ ଆଝାର ଜୀ’…କଂଗ୍ରେସ ଦଳ କୁ କ’ଣ ହୋଇଗଲାଣି ?”



ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଆତଙ୍କବାଦୀ ଓସାମା ବିନ ଲାଡେନକୁ ଓସାମା ଜୀ କହି ସମ୍ବୋଧନ କରିଥିଲେ | ସେତେବେଳେ ଦିଗବିଜୟଙ୍କ ଟ୍ୱିଟକୁ ନେଇ ବହୁତ ହଂଗାମା ହୋଇଥିଲା | ସେହି ଘଟଣାକୁ ବିଜେପି ପୁରା ଦେଶରେ ପ୍ରଚାର କରିଥିଲା ଯେ, କଂଗ୍ରେସ ନେତା ଆତଙ୍କବାଦୀଙ୍କୁ ସମ୍ମାନ ଦେଉଛନ୍ତି |


ନିଜ ସପକ୍ଷରେ ସେତେବେଳେ ଦିଗବିଜୟ କହିଥିଲେ ଯେ, ସେ ବ୍ୟଙ୍ଗ ହିସାବରେ ଓସାମା ଜୀ କହିଥିଲେ | କିନ୍ତୁ ବିଜେପି ଏମିତି ପ୍ରତିକ୍ରିୟା ରଖୁଛି ଯେଭଳି ମୁଁ ଓସାମାର ସମର୍ଥକ |


ସୂଚନାଯୋଗ୍ୟ ଯେ, ୨୦୦୧ ମସିହାରେ ଆମେରିକାରେ ହୋଇଥିବା ଆତଙ୍କୀ ହମଲା ୯/୧୧ର ମାଷ୍ଟରମାଇଣ୍ଡ ଥିଲା ଓସାମା | ଲାଡେନକୁ ଆମେରିକା ୨୦୧୧ ମସିହାରେ ପାକିସ୍ତାନର ଏବଟାବାଦରେ ଏନକାଉଣ୍ଟର କରିଥିଲା |

   Related Posts