Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆମେଠି ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

10/04/2019 at 2:58 PM

ନୂଆଦିଲ୍ଲୀ ୧୦|୪ : ଆମେଠି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ନାମାଙ୍କନପତ୍ର ଦାଖଲ ସମୟରେ ସେଠାରେ ମା ସୋନିଆ ଗାନ୍ଧି ଏବଂ ଭଉଣୀ ପ୍ରିୟଙ୍କା ଉପସ୍ଥିତ ଥିଲେ।

ନାମାଙ୍କନ ଦାଖଲ ପୂର୍ବରୁ ରାହୁଲ ଗୌରିଗଞ୍ଜରୁ ରୋଡ ସୋ କରିଥିଲେ । ରାହୁଲଙ୍କ ରୋଡ୍ ସୋରେ ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା, ପୁଅ ରୈହାନ ଓ ଝିଅ ମୈରା ସାମିଲ ଥିଲେ। ରୋଡ ସୋ ସମୟରେ  ସଡକର ଉଭୟ ପାର୍ଶ୍ବରେ ରାହୁଲଙ୍କ ସମର୍ଥକ ଓ କଂଗ୍ରେସ କର୍ମୀ  ଫୁଲ ବର୍ଷା କରିଥିଲେ। ବେଶ୍ ଉତ୍ସାହିତ ଥିବା  ଅନେକ ସମର୍ଥକ ଚୌକିଦାର ଚୌର ହେ ନାରା ଦେଇ ଡ୍ରମ୍ ବଜାଇ ଖୁସି ମନାଇଥିଲେ।

ପୂର୍ବରୁ ଏପ୍ରିଲ ୪ରେ କେରଳରେ ୱାଇନାଡରେ ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାପରେ ବିରାଟ ପଟୁଆରରେ ରାହୁଲ ରୋଡ୍ ସୋ କରିଥିଲେ। ଆମେଥିରେ ରାହୁଲଙ୍କୁ କଡା ଟକ୍କର ଦେବେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ। ୨୦୧୪ରେ ରାହୁଲଙ୍କଠାରୁ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଥିଲେ ସ୍ମୃତି।

   Related Posts