ୱାୟନାଡ଼ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ
4/04/2019 at 12:07 PM

ୱାୟନାଡ଼ ୪/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳ ୱାୟନାଡ଼ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି କେରଳ ୱାୟନାଡ଼ରେ ରୋଡ଼ ଶୋ’ କରିଛନ୍ତି | ସକ୍ରିୟ ରାଜନୀତିକୁ ଓହ୍ଲାଇବା ପରେ ପ୍ରିୟଙ୍କା ଏବଂ ରାହୁଲଙ୍କ ସହିତ ଏହା ଦ୍ୱିତୀୟ ରୋଡ଼ ଶୋ’ | ଏହା ପୂର୍ବରୁ ଦୁଇ ଭାଇ ଭଉଣୀ ଉତ୍ତର ପ୍ରଦେଶର ରାଜଧାନୀ କକ୍ଷ୍ନୌରେ ରୋଡ଼ ଶୋ’ କରିଥିଲେ | ରୋଡ଼ ଶୋ’ ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା |
