୨ଟି ଆସନରୁ ଲଢ଼ିବେ ରାହୁଲ : ଅମେଠି ସହ ବାୟନାଡ଼ ଆସନରୁ ମଧ୍ୟ ଲଢ଼ିବେ

Published By : Prameya-News7 Bureau | March 31, 2019 IST

ନୂଆଦିଲ୍ଲୀ ୩୧/୩ : ୨୦୧୯ ମହାସଂଗ୍ରାମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨ଟି ଆସନରୁ ଲଢ଼ିବାକୁ ଯାଉଛନ୍ତି | ଉତ୍ତର ପ୍ରଦେଶ ଅମେଠି ସହ ବାୟନାଡ଼ ଲୋକସଭା ଆସନରୁ ମଧ୍ୟ ଲଢ଼ିବେ | କଂଗ୍ରେସ ପାଇଁ ବାୟନାଡ଼ ଲୋକସଭା ଆସନ ଅତ୍ୟନ୍ତ ସୁରକ୍ଷିତ ବୋଲି ବିଚାର କରାଯାଏ | ବାୟନାଡ଼ ଆସନରୁ କଂଗ୍ରେସ ଲଗାତାର ବିଜୟ ହାସଲ କରିଆସିଛି | ଭୌଗଳିକ ତଥ୍ୟ ହିସାବରେ ବାୟନାଡ଼ ଆସନ ଦକ୍ଷିଣ ଭାରତର ୩ଟି ରାଜ୍ୟ ଯଥା କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ସହ ଜଡିତ |


କଂଗ୍ରେସର ବରିଷ୍ଠ ନେତା ଏ.କେ.ଏଂଟନି ଏନେଇ ଘୋଷଣା କରିଛନ୍ତି | ଏ.କେ.ଏଂଟନି ଏବଂ ପ୍ରବକ୍ତା ରଣଦୀପ ସୁରଜେଵାଲା କହିଛନ୍ତି ଯେ, ଦକ୍ଷିଣ ଭାରତର ଦଳ କର୍ମକର୍ତ୍ତା ଲଗାତାର ରାହୁଲ ଗାନ୍ଧୀ ବାୟନାଡ଼ ଆସନରୁ ନିର୍ବାଚନ ଲଢନ୍ତୁ ବୋଲି ଦାବି କରିଛନ୍ତି | କର୍ମୀଙ୍କ ଦାବିକୁ ନଜରରେ ରଖି ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତି ନେଇଛନ୍ତି | ବାୟନାଡ଼ ଆସନରୁ ନିର୍ବାଚନ ଲଢ଼ି ରାହୁଲ ଗାନ୍ଧୀ ଏହି ୩ ରାଜ୍ୟର ପ୍ରତିନିଧିତ୍ବ କରିବେ | ଦକ୍ଷିଣ ଭାରତର ପରମ୍ପରା ଉପରେ ମୋଦି ସରକାରଙ୍କ ତରଫରୁ ବାରମ୍ବାର ହମଲା କରାଯାଉଛି | ଦକ୍ଷିଣ ଭାରତରୁ ନିର୍ବାଚନ ଲଢ଼ି ରାହୁଲ ଗାନ୍ଧୀ ଦକ୍ଷିଣ ଭାରତୀୟ ଜନତାଙ୍କୁ ସୂଚାଇ ଦେବା ପାଇଁ ଚାହୁଁଛନ୍ତି ଯେ, ତାଙ୍କ ଭାଷା, ରହଣି, ଖାଦ୍ୟପେୟ, ପରମ୍ପରା, ସଂସ୍କୃତି ଆଦି ସହ କଂଗ୍ରେସ ସବୁବେଳେ ଛିଡା ହୋଇଛି ବୋଲି କହିଛନ୍ତି ସୁରଜେଵାଲା |


ସୁରଜେଵାଲା କହିଛନ୍ତି ଯେ, ରାହୁଲ ଅନେକଥର କହିଛନ୍ତି ଯେ, ଅମେଠି ତାଙ୍କ କର୍ମଭୂମୀ | ଅମେଠି ସହ ତାଙ୍କ ସମ୍ପର୍କ ପରିବାର ସଦସ୍ୟ ଭଳି | ସେଥିପାଇଁ ସେ ଅମେଠିକୁ ଚଡି ପରିବେନାହିଁ | ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରି ସୁରଜେଵାଲା କହିଛନ୍ତି ଯେ, ଚାଳିତଥର ସ୍ମୃତି ଅମେଠି ଆସନରୁ ଲଢ଼ିବାକୁ ଯାଉଛନ୍ତି | କିନ୍ତୁ ଚାଳିତଥର ମଧ୍ୟ ସେ ଜିତିବେ ନାହିଁ | ଏଥରରେ ସେ ପରାଜୟର ହ୍ୟାଟ୍ରିକ କରିବେ | ପ୍ରଥମେ ନୂଆଦିଲ୍ଲୀରୁ ହାରିଲେ, ଦ୍ୱିତୀୟଥର ଅମେଠିରୁ ହାରିଥିଲେ ଏବଂ ତୃତୀୟଥର ମଧ୍ୟ ଅମେଠିରୁ ହରିବେ ବୋଲି କହିଛନ୍ତି ସୁରଜେଵାଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.