Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ଚାଲି ଚାଲି ହାଥରସ ଯାଉଥିବା ବେଳେ ରାସ୍ତାରେ ପଡିଗଲେ ରାହୁଲ: କହିଲେ ପୋଲିସ ମୋତେ ଧକ୍କା ଦେଲା, ଲାଠି ମାରିଲା

1/10/2020 at 3:41 PM

ହାଥରସ ୦୧/୧୦ : ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ କଂଗ୍ରେସର ଆକ୍ରୋଶ ସଡକରେ ଦେଖିବାକୁ ମିଳିଛି । ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ  ଯାଇଛନ୍ତି । ଯମୁନା ଏକ୍ସପ୍ରେସୱେରେ ଯେତେବେଳେ ପୋଲିସ ତାଙ୍କୁ ରୋକିଥିଲା । ପୋଲିସ ରୋକିବା ପରେ ଉଭୟ ରାହୁଲ ଓ ପ୍ରିୟଙ୍କା ନିଜ ନିଜ ଗାଡିରୁ ଓହ୍ଲାଇ ଚାଲି ଚାଲି ହାଥରସ ଯିବାକୁ ବାହାରିଲେ ।

ଚାଲିଚାଲି ଯାଉଥିବା ସମୟରେ ରାହୁଲ ଗାନ୍ଧୀଙ୍କର ଏକ ଫଟୋ ଭାଇରାଲ ହୋଇଛି । ଚାଲି ଚାଲି ଯାଉଥିବା ସମୟରେ ରାହୁଲ ତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଏହାପରେ ତାଙ୍କ ସୁରକ୍ଷାରେ ଥିବା ଯବାନ ତାଙ୍କୁ ଉଠାଇ ଥିଲେ । ତେବେ ରାହୁଲ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଧକ୍କା ଦେଇଥିଲା ଓ ଲାଠିରେ ବାଡ଼େଇଥିଲା ।

ରାହୁଲ ଗାନ୍ଧୀ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି ଯେ, ପୋଲିସ ତାଙ୍କୁ ଧକ୍କା ମାରିଛି, ଲାଠିରେ ମଧ୍ୟ ମାରିଛି ଓ ତଳେ ପକାଇଦେଇଛି । ଏହାପରେ ସେ ପ୍ରଶ୍ନ କରିଛନ୍ତି ଯେ, ଦେଶରେ କଣ କେବଳ ମୋଦିଜୀଙ୍କର ଚାଲିବାର ଅଧିକାର ଅଛି ? ଆମଭଳି ସାଧାରଣ କଣ ଚାଲି ପରିବେନାହିଁ ? ଆମ ଗାଡିକୁ ରୋକି ଦିଆଯାଇଥିଲା ସେଥିପାଇଁ ଆମେ ଚାଲି ଚାଲି ଯାଉଛୁ ।

ଅପରପକ୍ଷରେ ମାମଲାକୁ ବିଜେପି ଡ୍ରାମା ବୋଲି କହିଛି । ବିଜେପି ପ୍ରବକ୍ତା ଚନ୍ଦ୍ରମୋହନ କହିଛନ୍ତି ‘ଦୁଇ ଭାଇ ଭଉଣୀ ରାଜନୀତି ରୁଟି ସେକିବାକୁ ରାସ୍ତାରେ ଡ୍ରାମା କରୁଛନ୍ତି । ଯେତେବେଳେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ ଧାରା ୧୪୪ ଲାଗୁ କରାଯାଇଛି ତାହେଲେ ସେମାନେ କାହିଁକି ନିୟମ ପାଳନ କରୁନାହାନ୍ତି । କେବଳ ରାଜନୀତି ପାଇଁ ଏହି ଡ୍ରାମା ହଉଚି ।’

   Related Posts