ରାହୁଲ ଗାନ୍ଧୀ ଦେଖାଇଲେ ଫିଟନେସ୍ ଦମ୍: ୯ ସେକେଣ୍ଡରେ ମାରିଲେ ୧୩ ପୁଷଅପ୍

Published By : Prameya-News7 Bureau | March 01, 2021 IST

କନ୍ୟାକୁମାରୀ ୦୧/୦୩ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦକ୍ଷିଣ ଭାରତ ଗସ୍ତରେ ଯାଇଛନ୍ତି। ଏଠାରେ ରାହୁଲଙ୍କ ନୂଆ ନୂଆ ରୂପ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ସେ କେରଳରେ ମାଛ ଧରାଳିଙ୍କ ସହ ସମୁଦ୍ରରେ ପହଁରିଥିଲେ ଓ ମାଛ ତରକାରୀ ଖାଇଥିଲେ। ଏବେ ପୁଣି ରାହୁଲଙ୍କ ଆଉ ଏକ ଅବତାର ଦେଖିବାକୁ ମିଳିଛି। ସୋମବାର ଦିନ ରାହୁଲ ଗାନ୍ଧୀ ତାମିଲନାଡୁ କନ୍ୟାକୁମାରୀରେ ରୋଡ଼ ଶୋ' କରିଥିଲେ। ଏହାପରେ ରାହୁଲ ଗାନ୍ଧୀଙ୍କ ଏକ ଅଲଗା ଅନ୍ଦାଜ ସାମ୍ନାକୁ ଆସିଛି।

{"id":416542,"sizeSlug":"large","linkDestination":"none"}

କନ୍ୟାକୁମାରୀ ମୁଲଗାମୁଦୁବନର ସେଣ୍ଟ ଜୋସେଫ୍ ମାଟ୍ରିକ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ସେ ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ପାରମ୍ପରିକ ନୃତ୍ୟୁ କରିଥିଲେ। ରାହୁଲ ଯୁବ ଛାତ୍ରଙ୍କ ସହ ପୁଷଅପ୍ ମଧ୍ୟ ଲଗାଇଥିଲେ। ଜଣେ ଛାତ୍ରଙ୍କ ସହ ସେ ଆଇକିଦୋ ପରଫର୍ମ କରିଥିଲେ। ଆଇକିଦୋ ପରେ ଜଣେ ଛାତ୍ର ପୁଷଅପ୍ ମାରିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ। ଛାତ୍ରଙ୍କ ଅନୁରୋଧ ରକ୍ଷା କରି ରାହୁଲ ମଞ୍ଚରେ ହିଁ ପୁଷଅପ୍ ମାରିଥିଲେ।

wp:embed {"url":"https://www.youtube.com/embed/av78xNs8iDc","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/av78xNs8iDc
/wp:embed

ରାହୁଲଙ୍କ ପୁଷଅପ୍ ମାରିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ୯ ସେକେଣ୍ଡରେ ଲଗାତାର ପୁଷଅପ୍ ମାରିଛନ୍ତି। ପ୍ରଥମେ ରାହୁଲ ଗାନ୍ଧୀ ପୁଷଅପ୍ ମାରିଥିଲେ ଓ ତାପରେ ଜଣେ ଛାତ୍ରଙ୍କୁ ଗୋଟିଏ ହାତରେ ପୁଷଅପ୍ ମାରିବାକୁ କହିଥିଲେ। ରାହୁଲ ନିଜେ ବି ଗୋଟିଏ ହାତରେ ପୁଷଅପ୍ ମାରିଥିଲେ। ରାହୁଲ ଗାନ୍ଧୀ ଯେଉଁ ଛାତ୍ରଙ୍କ ସହ ପୁଷଅପ୍ ଚ୍ୟାଲେଞ୍ଜ କରିଥିଲେ ସେ ଦଶମ ଶ୍ରେଣୀ ଛାତ୍ର। ରାହୁଲଙ୍କ ଏହି ଭିଡିଓ ସୋସିଆଲ୍ ମିଡ଼ିଆରେ ଖୁବ ଭାଇରାଲ୍ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.