ମୋଦୀଙ୍କୁ ରାହୁଲଙ୍କ ତାତ୍ସଲ୍ୟ- ଅର୍ଥ ବ୍ୟବସ୍ଥା ଉପରେ କରୋନା ଭାଇରସର କଡା ପ୍ରହାର, କେବଳ ତାଳି ବଜାଇଲେ ସାଧାରଣ ଲୋକଙ୍କୁ ଆଶ୍ଵସ୍ତି ମିଳିବ ନାହିଁ
21/03/2020 at 7:34 PM

ନୂଆଦିଲ୍ଲୀ ୨୧।୦୩: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜନତା କର୍ଫ୍ୟୁର ଆହ୍ଵାନ ଦେଇଛନ୍ତି। ମୋଦୀ ଏହି ଦିନ ସନ୍ଧ୍ୟା ୫ଟାରେ ନିଜ ନିଜ ଘରେ ତାଳି, ଥାଳି କିମ୍ବା ଘଣ୍ଟ ବଜାଇ ପରସ୍ପର ପ୍ରତି କୃତଜ୍ଞତା ଜଣାଇବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଅପିଲକୁ ତାତ୍ସଲ୍ୟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଦୀ। ସେ କହିଛନ୍ତି ଯେ, ଜନତା କର୍ଫ୍ୟୁରେ କ୍ଷୁଦ୍ର, ମଧ୍ୟମ ବ୍ୟବସାୟୀ ଓ ଶ୍ରମିକ ଉପରେ ଏହାର ପ୍ରଭାବ ଅଧିକ ପଡିବ। ଏହି ପରି ତାଳି ବଜାଇଲେ କୌଣସି ସାହାଯ୍ୟ ମିଳିବ ନାହିଁ। କରୋନା ଭୂତାଣୁରେ ଅର୍ଥବ୍ୟବସ୍ଥା ଉପରେ ପଡିବାକୁ ଥିବା ପ୍ରଭାବର ମୁକାବିଲା ଲାଗି ନଗଦ ସାହାଯ୍ୟ, ଟ୍ୟାକ୍ସ ବ୍ରେକ୍ ଓ ଋଣ ପରିଶୋଧ ଉପରେ ରୋକ୍ ଲଗାଇବା ପରି ପଦକ୍ଷେପ ଉଠାଇବା ଉଚିତ୍।
ପ୍ରଧାନମନ୍ତ୍ରୀ କରିଛନ୍ତି ଅପିଲ୍
ଦେଶରେ ବଢୁଥିବା କରୋନା ଭୂତାଣୁ ପ୍ରକୋପକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗୁରୁବାର ଦେଶକୁ ସମ୍ବୋଧିତ କରିଥିଲେ। ସେ ରବିବାର ମାର୍ଚ୍ଚ ୨୨ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଇଁ ଆହ୍ଵାନ ଦେଇଥିଲେ। ଏହା ଜନତାଙ୍କ ପାଇଁ, ଜନତାଙ୍କ ଦ୍ଵାରା ନିଜ ଉପରେ ଲଗାଯାଉଥିବା କର୍ଫ୍ୟୁ ହେବ। ସେ ଦେଶବାସୀଙ୍କୁ ବୈଶିକ ମହାମାରୀର ମୁକାବିଲା ଲାଗି ଏକାଠି ଆସିବାକୁ ଅପିଲ କରିଛନ୍ତି। ଏହା ସହିତ ଏହି ୧୪ ଘଣ୍ଟା କୌଣସି ବ୍ୟକ୍ତି ନିଜ ଘରୁ ନବାହାରିବାକୁ ଅପିଲ କରିଛନ୍ତି। ସନ୍ଧ୍ୟା ୫ଟାରେ ନିଜ ଘରେ ତାଳି ବଜାଇ, ଥାଳି ବଜାଇ, ଘଣ୍ଟି ବଜାଇ ପରସ୍ପରକୁ କୃତଜ୍ଞତା ଜଣାନ୍ତୁ ଏବଂ ଏହି ଭାଇରସର ମୁକାବିଲା ଲାଗି ଏକଜୁଟତା ଦେଖାନ୍ତୁ। ମୋଦୀ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ବୃଦ୍ଧ ବ୍ୟକ୍ତିଙ୍କୁ ଘରୁ ନ ବାହାରିବାକୁ ଅପିଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସମଗ୍ର ଦୁନିଆରେ କାୟା ମେଲାଉଥିବା କରୋନା ଭୂତାଣୁର ପ୍ରତିରୋଧ ଲାଗି ସହରଗୁଡିକୁ ଲକଡାଉନ୍ କରାଯାଉଥିବା ବେଳେ ସଂକ୍ରମିତଙ୍କ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି। ଦେଶ ବାହାରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନ ଆଇସୋଲେସନରେ ରଖାଯାଉଛି।