କୋହଲିଙ୍କ ସମର୍ଥନରେ ଆସିଲେ ରାହୁଲ ଗାନ୍ଧୀ, କହିଲେ- ଘୃଣାରେ ଭରା ଲୋକଙ୍କୁ କ୍ଷମା କରି ଦିଅନ୍ତୁ

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨।୧୧: ଟି-୨୦ ବିଶ୍ଵ କପ୍‌ରେ ଭାରତର କ୍ରମାଗତ ଦୁଇଟି ଶୋଚନୀୟ ପରାଜୟ ପରେ ଦେଶରେ ହାହାକାର ଖେଳି ଯାଇଛି। ଲୋକେ ଅଧିନାୟକ ବିରାଟ କୋହଲିଙ୍କୁ ସାମାଜିକ ଗଣମାଧ୍ୟମରେ ଟାର୍ଗେଟ୍ କରିଛନ୍ତି। ଏପରିକି ତାଙ୍କ ପରିବାରକୁ ମଧ୍ୟ ଧମକ ଦିଆଯାଉଛି। ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଧିନାୟକ କୋହଲିଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି।

ରାହୁଲ ଟ୍ଵିଟ୍ କରିଛନ୍ତି ଯେ, ବିରାଟ କୋହଲିଙ୍କୁ ଅପିଲ୍ କରୁଛି ଯେ, ଯେଉଁମାନଙ୍କ ମନରେ ଘୃଣା ଭରି ରହିଛି ଏବଂ ଯାହାଙ୍କୁ କେହି ଭଲ ପାଆନ୍ତି ନାହିଁ ସେମାନଙ୍କୁ କ୍ଷମା କରି ଦିଅନ୍ତୁ। ଆପଣ ଦଳକୁ ବଞ୍ଚାନ୍ତୁ।

wp:html /wp:html

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନଠୁ ପରାଜୟ ପରେ ୟୁଜର୍ସ ମହମ୍ମଦ ସାମିଙ୍କୁ ଟାର୍ଗେଟ୍ କରିଥିଲେ। ସେହି ସମୟରେ ମଧ୍ୟ ରାହୁଲ ଗାନ୍ଧୀ ତାଙ୍କୁ ସମର୍ଥନ ଜଣାଇଥିଲେ। ରାହୁଲ ଏମିତି ଘୃଣିତ ଲୋକଙ୍କୁ କ୍ଷମା କରି ଦେବାକୁ ସାମିଙ୍କୁ କହିଥିଲେ। କାରଣ ଏହି ଲୋକମାନଙ୍କୁ କେହି ଭଲ ପାଇବା ଦିଅନ୍ତି ନାହିଁ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ହାତରୁ ଅପ୍ରତ୍ୟାଶିତ ପରାଜୟ ପରେ ଏବେ ପ୍ରଶଂସକଙ୍କ ଟାର୍ଗେଟ୍‌ରେ ବିରାଟ କୋହଲି ଅଛନ୍ତି। ନେତୃତ୍ଵ ଏବଂ ଦଳର ପ୍ରଦର୍ଶନକୁ ନେଇ କୋହଲିଙ୍କ ପ୍ରତି ବହୁତ ନକରାତ୍ମକ ଟିପ୍ପଣୀ କରାଯାଉଛି। ଏପରିକି ବିରାଟଙ୍କ ୧୦ ମାସର ଝିଅକୁ ନେଇ ମଧ୍ୟ ଆପତ୍ତିଜନକ ବୟାନ ଦିଆଯାଉଛି।

wp:html /wp:html

ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ ମଧ୍ୟ କଠୋର ଆଭିମୁଖ୍ୟ ଆପଣେଇଛି। ମହିଳା ଆୟୋଗ ଏହି ମାମଲାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦିଲ୍ଲୀ ପୋଲିସଠାରେ ଦାବି କରିଛି। ଗତ କିଛି ଦିନ ହେବ କୋହଲି ଟ୍ରୋଲର୍ସଙ୍କ ଟାର୍ଗେଟ୍‌ରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.