Twitter ଓ କେନ୍ଦ୍ର ସରକାରଙ୍କ ବିବାଦକୁ ଡେଇଁଲେ ରାହୁଲ, ଟ୍ରେଣ୍ଡ କଲେ ‘ପ୍ରୋୟୋରିଟି’ ହ୍ୟାସ ଟ୍ୟାଗ୍

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୬।୬: ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ଟ୍ୱିଟର ଏବେ ମୁହାଁମୁହିଁ ହୋଇଥିବା ବେଳେ   ସୁଯୋଗର ଫାଇଦା ଉଠାଇଛନ୍ତି କଂଗ୍ରେସ ୱାଇନାଡ ସାଂସଦ ରାହୁଲ ଗାନ୍ଧି। ସେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ କେନ୍ଦ୍ରରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏବେ ଟ୍ୱିଟରର ବ୍ଲୁ ଟ୍ୟାଗ୍‌କୁ ନେଇ ସଂଘର୍ଷ କରୁଛନ୍ତି ସେପଟେ ଦେଶ ଆବଶ୍ୟକ କରୁଥିବା କରୋନା ଟିକା ଲାଗି ଲୋକଙ୍କୁ ଆତ୍ମନିର୍ଭର ହେବାକୁ କହୁଛନ୍ତି ବୋଲି ରାହୁଲ ଉଲ୍ଲେଖ କରିଛନ୍ତି। ପ୍ରସଙ୍ଗରେ ରାହୁଲ ପ୍ରାୟୋରିଟିଜ ହାସ ଟ୍ୟାଗ୍‌ ଟ୍ରେଣ୍ଡ କରାଇଛନ୍ତି।  

wp:embed {"url":"https://twitter.com/RahulGandhi/status/1401412953967050755","type":"rich","providerNameSlug":"twitter","responsive":true,"className":""}
https://twitter.com/RahulGandhi/status/1401412953967050755
/wp:embed

ନିକଟରେ ଟ୍ୱିଟର ଉପରାଷ୍ଟ୍ରପତିଙ୍କ ସମେତ କେତେକ ନେତାଙ୍କ ଟ୍ୱିଟ୍‌ରୁ ଭେରିଫାଏଡ ବ୍ଲୁ ଟିକ୍‌କୁ ହଟାଇଥିଲା। ଯାହା ପରେ ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଏଥିରେ କେନ୍ଦ୍ର ସରକାର ଟ୍ୱିଟର ନୂଆ ଆଇଟି ନିୟମ ପାଳନ କରୁନଥିବାରୁ ତାକୁ ଫାଇନାଲ ନୋଟିସ ମଧ୍ୟ ଦେଇଛନ୍ତି। ଏହି ନୋଟିସ୍‌ରେ ସରକାର ଟ୍ୱିଟରକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଧମକ ମଧ୍ୟ ଦେଇଛନ୍ତି।

wp:embed {"url":"https://twitter.com/RahulGandhi/status/1401123228081217536","type":"rich","providerNameSlug":"twitter","responsive":true,"className":""}
https://twitter.com/RahulGandhi/status/1401123228081217536
/wp:embed

ତେବେ ଏଥିରେ ରାହୁଲଙ୍କର କିଛି ଯାଉ କି ଆସୁନଥିଲେ ହେଁ ଦେଶରେ ଉପୁଜିଥିବା କରୋନା ପରିସ୍ଥିତିର ଦ୍ୱାହୀ ଦେଇ ମାମଲାରେ ଦଖଲ ଦେଇଛନ୍ତି। ଦେଶରେ ମହାମାରୀ ଯୋଗୁ ପରିସ୍ଥିତି ଉତ୍କଟ ରହିଥିବା ବେଳେ ସରକାର ସେଥିପ୍ରତି ଧ୍ୟାନ ନ ଦେଇ ଟ୍ୱିଟର ପଛରେ ପଡିଥିବାରୁ ରାହୁଲ ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧି ଦେଶରେ କରୋନା ଟିକା ବିତରଣ ଲାଗି କେନ୍ଦ୍ର ସରକାରଙ୍କ ନୀତିର ସମାଲୋଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.