ଫେସବୁକ୍-ହ୍ଵାଟ୍ସଆପ୍ ଉପରେ ବିଜେପି ଓ ଆରଏସଏସର କବ୍‌ଜା, ପ୍ରଚାର କରନ୍ତି ଫେକ୍ ନ୍ୟୁଜ୍ ଓ ଘୃଣା: ରାହୁଲ ଗାନ୍ଧୀ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୦୮: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ବିଜେପି) ଓ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ) ଉପରେ ଶାଣିତ ସ୍ଵରରେ ନିଶାଣ ସାଧିଛନ୍ତି। ସେ କହିଛନ୍ତି ବିଜେପି, ଆରଏସଏସ ଭାରତରେ ଫେସବୁକ୍ ଓ ହ୍ଵାଟ୍ସଆପ୍‌କୁ ନିୟନ୍ତ୍ରିତ କରୁଛନ୍ତି। ସେମାନେ ଏହା ମାଧ୍ୟମରେ ମିଥ୍ୟା ଖବର ଓ ଘୃଣା ପ୍ରଚାରିତ କରୁଛନ୍ତି। ଏହା ସହିତ ଏହି ସାମାଜିକ ଗଣମାଧ୍ୟମର ଦୁରୁପଯୋଗ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି।

ରାହୁଲ ଗାନ୍ଧୀ ଏକ ରିପୋର୍ଟକୁ ଉଲ୍ଲେଖ କରି ବିଜେପି ଓ ଆରଏସଏସ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି ଭାରତରେ ଫେସବୁକ୍ ଓ ହ୍ଵାଟ୍ସଆପକୁ ବିଜେପି ଓ ଆରଏସଏସ କବ୍‌ଜା କରି ରଖିଛନ୍ତି। ଏହା ଜରିଆରେ ଫେକ୍ ନ୍ୟୁଜ୍ ଓ ଘୃଣା ପ୍ରଚାରିତ କାମ କରାଯାଉଛି। ଏହାର ବ୍ୟବହାର ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ କରୁଛନ୍ତି।

wp:html /wp:html

ଫେସବୁକ୍‌ର କର୍ମଚାରୀଙ୍କ ସୂତ୍ରରୁ ରିପୋର୍ଟରେ କୁହାଯାଇଛି ଭାରତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାମାଜିକ ଗଣମାଧ୍ୟମରେ ଘୃଣା ପ୍ରସାର କରୁଛନ୍ତି। କର୍ମଚାରୀଙ୍କ ଅନୁଯାୟୀ ଭର୍ଚୁଆଲ ଦୁନିଆରେ ଘୃଣା ଉଦ୍ରେକାରୀ ପୋଷ୍ଟ ଜରିଆରେ ବାସ୍ତବ ଦୁନିଆରେ ହିଂସା ଓ ଉତ୍ତେଜନା ବଢିଥାଏ।

କଣ ଏହି ମାମଲା

ଆମେରିକାର ସମାଚାର ପତ୍ର ଓ୍ଵାଲ ଷ୍ଟ୍ରିଟ୍ ଜନରାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଜନତା ପାର୍ଟିର ନେତା ଟି.ରାଜା ନିଜର ଫେସବୁକ ପୋଷ୍ଟରେ କହିଥିଲେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗୁଳି କରିବା ଉଚିତ୍। ମୁସଲିମଙ୍କୁ ସେ ଦେଶଦ୍ରୋହୀ କହିଥିଲେ ଓ ମସଜିଦ ଭାଙ୍ଗିବାକୁ ଧମକ ଦେଇଥିଲେ। ଫେସବୁକ୍‌ କର୍ମଚାରୀ ଏହାର ବିରୋଧ କରିଥିଲେ ଏବଂ ଏହି ପୋଷ୍ଟ କମ୍ପାନୀର ନିୟମ ବିରୋଧୀ ବୋଲି କହିଥିଲେ। ହେଲେ କମ୍ପାନୀର ଭାରତରେ ବସିଥିବା ବରିଷ୍ଠ କର୍ମଚାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଏବେ ଫେସବୁକ୍‌ର ବିଶ୍ଵସନୀୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଫେସବୁକ୍ ଉପରେ ଉଠିଲା ପ୍ରଶ୍ନ

ଏହି ରିପୋର୍ଟକୁ ନେଇ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦିଗବିଜୟ ସିଂହ ରବିବାର ଟ୍ଵିଟ୍ କରିଛନ୍ତି ମାର୍କ ଜୁକରବର୍ଗ ଦୟାକରି ଏହା ଉପରେ ଟିପ୍ପଣୀ ଦିଅନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥକ ଅଙ୍ଖୀ ଦାସଙ୍କୁ ଫେସବୁକ୍‌ରେ ନିଯୁକ୍ତ କରାଯାଇଛି, ଯିଏ ଖୁସିରେ ମୁସଲିମ ବିରୋଧୀ ପୋଷ୍ଟକୁ ସମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଅନୁମତି ଦେଉଛନ୍ତି। ଆପଣ ସାବ୍ୟସ୍ତ କରି ଦେଲେ ଆପଣ ଯାହା ଉପଦେଶ ଦିଅନ୍ତି ତାହା ବାସ୍ତବରେ ପାଳନ କରନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.